ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତକୁ ନେଇ ସାନଖେମୁଣ୍ଡି ୬୧ନଂ ଜୋନରେ ପ୍ରସ୍ତୁତି ବୈଠକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆସନ୍ତା ୨୮ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାନଖେମୁଣ୍ଡି ଗ୍ରସ୍ତକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି । ଗଞ୍ଜାମ ଜିଲ୍ଲା ବିଜେଡି ନେତା ଓ କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ଯେପରି ପହଞ୍ଚିବ ସେଥିପାଇଁ ଲାଗି ପଡିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ବେଳେ ସରକାରୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବହୁ ସଂଖ୍ୟାରେ କର୍ମୀଙ୍କୁ ସଭାସ୍ଥଳକୁ ଆଣି ଶକ୍ତି ପ୍ରଦର୍ଶନ ନିମନ୍ତେ ଲାଗି ପଡିଛନ୍ତି । ରାଜ୍ୟ ବିଜେଡି ଉପସଭାପତି ଚନ୍ଦ୍ର ଶେଖର ସାହୁଙ୍କ ସଭାପତିତ୍ୱରେ ଆଜି ଗଞ୍ଜାମଜିଲ୍ଲା ବରିଷ୍ଠ ବିଜେଡି ନେତା ଡ଼. ଭଗବାନ ଗନ୍ତାୟତ, ସମ୍ପାଦକ ଦୁର୍ଗା ମାଧବ ପଣ୍ଡା, କୃଷ୍ନା କୁମାର ସୁବୁଦ୍ଧି ଆଜି ଖଲିଙ୍ଗି, ଦୟାନିଧିପୁର, କଙ୍କୋରଡା, ଆଡପଡା, ଡେଙ୍ଗାଡି, କଉଡିଆ ଆଦି ବିଭିନ୍ନ ଗ୍ରାମସ୍ଥଳ ବୁଲି ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ବାଣ୍ଟି ଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଡପଡା ସରପଞ୍ଚ ନୀଳମାଧବ ରାଉତ, ଦୟାନିଧିପୁର ସରପଞ୍ଚ କାଶି ନାୟକ, ଡେଙ୍ଗାଡି ସରପଞ୍ଚ କାଶି ସ୍ୱାଇଁ, କଉଡିଆ ସରପଞ୍ଚ ଜୟନ୍ତ ଖୁଣ୍ଟିଆ, ଖଲିଙ୍ଗି ସରପଞ୍ଚ ମଧୁସ୍ମିତା ବିଷୋୟୀ, କଙ୍କୋରଡା ସରପଞ୍ଚ ପ୍ରଭାକର ପାଣିଗ୍ରାହୀ, ସମତି ସଭ୍ୟ ସୁରେନ୍ଦ୍ର ବାରିକ, ସଙ୍ଗୀତା ବେହେରା, ସାବିତ୍ରୀ ସ୍ୱାଇଁ, ଅମୀୟ ପ୍ରଧାନ, ଗୋବିନ୍ଦ ସାହୁ, ସଞ୍ଜୟ ରାଉତ, ବିଜୟ କୁମାର ଭୂୟାଁଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ର ପ୍ରତି ଘରେ ପହଞ୍ଚିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା