


ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ ଭିନ୍ନ ଢଙ୍ଗରେ ପାଳିତ କରାଯାଇଛି । ଏହି ଅବସରରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ସ୍ଥାନୀୟ ରିଡିଂ ରୁମ ଠାରେ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଓ ଛତ୍ରପୁର ବିଜୁ ଜନତା ଦଳର ମିଳିତ ଅନୁକୁଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ କରାଯାଇଥିଲା । ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଗୁଣଗାନ କରିଥିଲେ । ଏହାପରେ ବ୍ରହ୍ମପୁର ସାଂସଦ, ଛତ୍ରପୁର ବିଧାୟକ, ରାଜ୍ୟ କୃଷି ବିପଣନ ନିଗମର ଉପଦେଷ୍ଠା ତଥା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ଓ ଆଦିକନ୍ଦ ସେଠି, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ.ଧନଞ୍ଜୟ ରେଡ୍ଡୀ ମିଳିତ ହୋଇ ଏକ କେକ କଟିଙ୍ଗ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ଛତ୍ରପୁର ନିର୍ବାଚନ ମଣ୍ଡଳୀର ନେତୃବୃନ୍ଦ ମାନେ ବିଧାୟକ ଶ୍ରୀ ବେହେରାଙ୍କ ନେତୃତ୍ୱରେ ଦୀପ ଲଗାଇ ପୂଜା ଅର୍ଚ୍ଚନା କରିଥିଲେ ।

ଏହାସହ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶଙ୍କର ଚକ୍ଷୁ ଚିକିତ୍ସାଳୟର ଉପଦେଷ୍ଟା ବି.ଶ୍ରୀନିବାସ ରାଓ, ଛାତ୍ର ବିଜୁ ଜନତା ଦଳର ଜିଲ୍ଲାସଭାପତି ପ୍ରଶାନ୍ତ କୁମାର ପଣ୍ଡା, ବିଜେଡି ଜିଲ୍ଲାସମ୍ପାଦକ ମନୋଜ କୁମାର ପାଢ଼ୀ, ତପନ କୁମାର ପାଢ଼ୀ, ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ରବିନ୍ଦ୍ରନାଥ ପଣ୍ଡା, ଛତ୍ରପୁର ବିଜେଡି ବ୍ଲକ ସଭାପତି ସ୍ଵପ୍ନେଶ୍ଵର ନାହାକ, ଗଞ୍ଜାମ ବ୍ଲକ ସଭାପତି ଇନ୍ଦ୍ରମଣି ଦଳାଇ, ପୂର୍ବତନ ସାଂସଦ ପ୍ରତିନିଧି ଜି.ପାପା ରାଓ ଓ ବଟକୃଷ୍ଣ ପଣ୍ଡା, ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତି, ବି.ରାଜୁବାବୁ, ଟି.ଚନ୍ଦ୍ରଶେଖର ରାଓ, ନାରୀନେତ୍ରୀ ସୁବର୍ଣ୍ଣମାଳା ବିଷୋୟୀ, ପୋଡାପଦର ପିତାମ୍ବର ପଣ୍ଡା, ବାନାମ୍ବର ପଲାଇ, ରଘୁନାଥ ସାହୁ, ଅଗସ୍ତିନୂଆ ସମିତି ସଭ୍ୟା ବାସନ୍ତୀ ଜାନୀ, ନରେନ୍ଦ୍ରପୁର ସମିତି ସଭ୍ୟ ଜ୍ୟୋତିରଞ୍ଜନ ସାହୁ, ଜୟଦେବ ଲେଙ୍କା, ଜିଲ୍ଲା ପରିଷଦ ସଭ୍ୟ ଏସ.କିଶୋର ରେଡ୍ଡୀ, ବିଜୟ ବିଶ୍ୱାଳ, ଭାଗ୍ୟ ରେଡ୍ଡୀ, ଶ୍ରୀକାନ୍ତ ମହାନ୍ତି, ଇନ୍ଦୁ ତ୍ରିପାଠୀ, ଉମାକାନ୍ତ ରେଡ୍ଡୀ, ସରକାରୀ ଆଇନଜୀବୀ ଭୈରବୀ କୁମାର ପଟ୍ଟନାୟକ, ଡମିନାଥ ସାହୁ, କମଳଲୋଚନ ଦାସ, ସୁରେଶ ପଣ୍ଡା, ପୂର୍ବତନ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରାଙ୍କ ସମେତ ନିର୍ବାଚନ ମଣ୍ଡଳୀର ଦଳୀୟ ନେତା ଓ କର୍ମୀମାନେ ଅଂଶ ଗ୍ରହଣ କରିଥିଲେ । ସମସ୍ତେ ମିଳିତ ହୋଇ ଚକ୍ଷୁ ଚିକିତ୍ସା ଶିବିରକୁ ମଧ୍ୟ ପରିଚାଳନା କରିଥିଲେ । ଏହି ଶିବିରରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବହୁ ବରିଷ୍ଠ ନାଗରିକ ଓ ଚକ୍ଷୁ ଚିକିତ୍ସାଳୟର ସମସ୍ତ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା

