

ପୋଲସରା (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ପୋଲସରା ନିର୍ବାଚନ ମଣ୍ଡଳିର ଚିରିକିପଡା ଶାସନ ଗ୍ରାମ ପଞ୍ଚାୟତରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହାସହ ଏହି ଅବସରରେ ଚିରିକିପଡା ଶାସନ ଗ୍ରାମର ତିନିଗୋଟି ପ୍ରକଳ୍ପକୁ ଉଦଘାଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ବହୁ କର୍ମକର୍ତ୍ତାମାନଙ୍କ ସମେତ ଗ୍ରାମବାସୀ ମଧ୍ୟ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଆଶୁତୋଷ ପଟ୍ଟନାୟକ

