





ଛତ୍ରପୁର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଞ୍ଜାମଜିଲ୍ଲା ଗ୍ରସ୍ତରେ ଆସି ୧୦୯ କୋଟିରୁ ଉର୍ଦ୍ଧ ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ମୁଖ୍ୟମନ୍ତ୍ରୀ ସାଢ଼େ ୧୧ ଟା ସମୟରେ ପ୍ରଥମେ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଅନ୍ତର୍ଗତ ଶେରଗଡ଼ରେ ପହଞ୍ଚି ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହାପରେ ଶେରଗଡ଼ରେ ୮ କୋଟି ଟଙ୍କା ବ୍ୟୟରେ ନବ ନିର୍ମିତ ଆଇଟିଆଇ କୋଠା ଉଦଘାଟନ କରିଥିଲେ । ସେହିଭଳି ୧ କୋଟି ୯୦ ଲକ୍ଷ ଟଙ୍କା ବ୍ୟୟରେ ନବ ନିର୍ମିତ ୧୦୦ ସିଟ୍ ବିଶିଷ୍ଟ ଆଦର୍ଶ ବିଦ୍ୟାଳୟର ଛାତ୍ରୀନିବାସ,୧ କୋଟି ୩୧ ଲକ୍ଷ ଟଙ୍କା ବ୍ୟୟରେ ନିବ ନିର୍ମିତ ଦକ୍ଷତା ବିକାଶ କେନ୍ଦ୍ର, ୮ କୋଟି ୨୧ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନନ୍ଦିନୀ ନାଳ ଉପରେ ସେତୁ, ୨୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶେରଗଡ଼ ପଞ୍ଚାୟତ ଭବନ, ୧୫ ଲକ୍ଷ ଟଙ୍କା ବ୍ୟୟରେ ଶେରଗଡ଼ ମୁଖ୍ୟରାସ୍ତା ଆଲୋକୀକରଣ ପ୍ରକଳ୍ପ ଓ ୧୧ କୋଟିରୁ
ଉର୍ଦ୍ଧ ଟଙ୍କା ବ୍ୟୟରେ ନିର୍ମିତ ଝଗଡ଼େଇ ଠାରୁ ଜାହାଡ଼ା ରାସ୍ତା ଋଷିକୂଲ୍ୟା ନଦୀ ଉପରେ ହାଇଲେଭଲ୍ ସେତୁର ଉଦଘାଟନ କରିଥିଲେ । ଏଥିସହ ଏଠାରେ ବିଭିନ୍ନ ଜନକଲ୍ୟାଣ ଯୋଜନାରେ ହିତାଧିକାରୀ ମାନଙ୍କୁ ସହାୟତା ବଣ୍ଟନ କରିବା ସହ ଆମ ଗାଁ ଆମ ବିକାଶ ଯୋଜନାରେ ବିଭିନ୍ନ ପ୍ରକଳ୍ପ ଯଥା ଖିରିଡ଼ା ପଞ୍ଚାୟତର ପି.ଖିରିଡ଼ା ଗ୍ରାମରେ ୫ ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମ କୋଠଘର ନିର୍ମାଣ,ଏନ୍ .ଖିରିଡ଼ା ଗ୍ରାମ ବେହେରା ସାହିରେ କୋଠଘର ନିର୍ମାଣ, ହାଡ଼ିଚିରା ଗ୍ରାମରେ ପାଠାଗାର ତଥା ସୂଚନା କେନ୍ଦ୍ର ଓ ବାଲିସାହି ଠାରେ କୋଠଘର ନିର୍ମାଣ, ପ୍ରମୋଦ ଉଦ୍ୟାନ ନିର୍ମାଣ ଆଦି ମୋଟ ୨୫ ଲକ୍ଷ ଟଙ୍କାର ପ୍ରକଳ୍ପ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ । ଆୟୋଜିତ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଭଲ ଓ ଶୀଘ୍ର କାମ କର । ମୁଁ ଏଠାରେ ବହୁ ସଂଖ୍ୟାରେ ଲୋକଙ୍କୁ ଭେଟିବାର ସୁଯୋଗ ପାଇଥିବାରୁ ବହୁତ ସନ୍ତୋଷ ମାନେ କରୁଛି ବୋଲି ସେ କହିଥିଲେ । ମୁଁ ଅଞ୍ଚଳର ବିକାଶ ପାଇଁ ଉଦ୍ୟମ କରୁଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ରହିଛନ୍ତି ନିଜ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ରାଜ୍ୟ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ଗୋପାଳପୁର ବିଧାୟକ ଡ଼.ପ୍ରଦୀପ କୁମାର ପାଣିଗ୍ରାହୀ, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମନ୍ତ୍ରୀ ଉଷା ଦେବୀ । ଶେରଗଡ଼ରେ କାର୍ଯ୍ୟକ୍ରମ ସାରି ମୁଖ୍ୟମନ୍ତ୍ରୀ ହିଞ୍ଜିଳି ଅଭିମୂଖେ ବାହାରିଗଲେ । ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା


ଗଞ୍ଜାମ ଜିଲ୍ଲାପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗଦାନ ନେଇ ଆନନ୍ଦର ଲହରୀ, ଜିଲ୍ଲା ମନ୍ତ୍ରୀମାନଙ୍କ ସହ ଜିଲ୍ଲାର ସମସ୍ତ ଅଧିକାରୀ ଉପସ୍ଥିତ ।


ଛତ୍ରପୁର ଖେଳ ପଡିଆ ହେଳିପେଡ ଠ।ରୁ ଯାଉଛନ୍ତି ଜିଲ୍ଲା ପରିଷଦ ବୈଠକରେ ଯୋଗ ଦେବାପାଇଁ ।