ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ ମନ୍ଦିର ଯା’ନ୍ତି କେତେବେଳେ ଓ କାହିଁକି ?

ଭୁବନେଶ୍ୱର(ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳ ଥିବାବେଳେ ତାମିଲନାଡୁର ଏହି ବ୍ୟକ୍ତି ଭି କାର୍ତ୍ତିକେୟ ପାଣ୍ଡିଆନ ଜଣେ ଦକ୍ଷ କଡା ଆଇଏଏସ ଅଫିସର ଭାବରେ ପରିଚିତ ହୋଇଥିଲେ । ସକାଳୁ ବିଭିନ୍ନ ଅଫିସ ଏପରିକି ହସ୍ପିଟାଲ ଗୁଡିକୁ ମଧ୍ୟ ପରିଦର୍ଶନ କରି କାର୍ଯ୍ୟରେ ଅବହେଳା କରୁଥିବା କର୍ମଚାରୀ ମାନଙ୍କୁ ସାବାଡ଼ କରୁଥିଲେ । ଫଳରେ ଜିଲ୍ଲାରେ ସରକାରୀ କର୍ମଚାରୀ ମହଲରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ଏପରିକି ଦୁର୍ନୀତି ଗ୍ରସ୍ତ ଅଫିସର, ବେପାରୀ, କଳାବଜାରୀ ମାନେ ମଧ୍ୟ ତାଙ୍କୁ ଦେଖାକରିବାକୁ ସାହସ କରିପାରୁନଥିଲେ । ତଥାପି ସେଥିଲେ ହୃଦୟବାନ ଓ ସାହାର୍ଯ୍ୟକାରୀ ଅଫିସର । ଓଡିଶା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବ୍ୟକ୍ତିଗତ ସଚିବ ହେଲାପରେ ସେ ବନିଯାଇଛି ପୱାରଫୁଲ  ତାଙ୍କୁ ଦେଖା କରିବାକୁ ଏପରିକି ବରିଷ୍ଠ ମନ୍ତ୍ରୀମାନେ ମଧ୍ୟ ସୁଯୋଗ ପାଇପାରୁନାହାନ୍ତି । ଆଉ ମଧ୍ୟ ପୱାର କରି ଡରରେ ସେ ଯେମିତି ପାୱାରଫୁଲ ସେ ନଚାହିଁଲେ ଗଛର ପତ୍ର ବି ହଲେ ନାହିଁ । ତାଙ୍କୁ ଦେଖା କରିବାକୁ ବରିଷ୍ଠ ଆଇଏଏସ ଅଫିସର ମାନଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନେତାମାନେ ମଧ୍ୟ ଫେଲ ମାରନ୍ତି । ତେବେ ସେ ସମସ୍ତଙ୍କ ଠାରୁ ଦୁରେଇ ରହିବା ପାଇଁ ନିଜକୁ ଲୁଚି ଛପି କାର୍ଯ୍ୟ କରନ୍ତି । ତାଙ୍କ ଦୈନନ୍ଦିନ କାର୍ଯ୍ୟ ଭିତରେ ଭାଗବତ ଦର୍ଶନ ଅନ୍ୟତମ । ସେ ପ୍ରତ୍ୟହ ମନ୍ଦିର ଯା’ନ୍ତି । ଏପରି ଯା’ନ୍ତି ଯେ ତାଙ୍କ ବଡିଗାର୍ଡ ବ୍ୟତୀତ ଆଉକେହି ଜାଣିପାରନ୍ତି ନାହିଁ । ତାଙ୍କର ପ୍ରଭୁ ଲିଙ୍ଗରାଜ ଦର୍ଶନ ଓ ଗଞ୍ଜାମ ଜିଲ୍ଲାର ମା’ ତାରାତାରିଣୀଙ୍କୁ ଦର୍ଶନ ହେଉଛି ମୁଖ୍ୟ । କେତେବେଳେ ସେ ଏସବୁ ଦର୍ଶନରେ ଯା’ନ୍ତି ଓ କୃପା ଲାଭ କରନ୍ତି ଆସନ୍ତୁ ଦେଖିବା ଏହି ଭିଡିଓରେ……………..