ପୋଲସରା (ସମୃଦ୍ଧ ଓଡିଶା) କରୋନା ମହାମାରୀକୁ ନେଇ ଦେଶ ଓ ରାଜ୍ୟ ବର୍ତ୍ତମାନ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି । ଆର୍ଥିକ ସଙ୍କଟର ସୁଧାର ଆଣିବା ପାଇଁ ସାରା ରାଜ୍ୟର ବଦାନ୍ୟ ବ୍ୟକ୍ତି ମାନେ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଏହି ପରିସ୍ଥିତିକୁ ହୃଦୟଙ୍ଗମ କରି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଲକ୍ଷ୍ମଣପଲ୍ଲୀ ଗ୍ରାମର ମନୋଜ କୁମାର ପ୍ରଧାନ ଓ ପ୍ରଭାସିନୀ ପ୍ରଧାନଙ୍କ ୫ ବର୍ଷର ଝିଅ ସକିନା ପ୍ରଧାନ ନିଜର ମହାନତା ଦେଖାଇଛନ୍ତି । ପରିବାର ପକ୍ଷରୁ ମିଳିଥିବା ନିଜ ମେରୁ ଖର୍ଚ୍ଚର ସମସ୍ତ ୧ ହଜାର ୧ ଟଙ୍କା କରୋନା ମୁକାବିଲା ପାଇଁ ଗୁରୁବାର ଦିନ ପୋଲସରା ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି । ପ୍ରାରମ୍ଭିକ ସ୍ତରରେ ୫ ବର୍ଷର ଝିଅ ସକିନା ପ୍ରଧାନ ଜାଭିୟର ସ୍କୁଲରେ ପାଠ ପଢ଼ୁଥିବା ବେଳେ ଦେଶର ଏଭଳି ବିପତ୍ତି ସମୟରେ ନିଜର ମହାନତା ପ୍ରଦର୍ଶନ କରିଥିବା ନେଇ ପୋଲସରା ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି । ସକିନାଙ୍କ ଏହି ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି ପୋଲସରା ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ଓ ଅତିରିକ୍ତ ତହସିଲଦାର ସେହନ କୁମାର ବେହେରା ପ୍ରକାଶ କରିଛନ୍ତି ।
ରିପୋର୍ଟ : ଡ଼ଃ କୁମୁଦ ଚନ୍ଦ୍ର ବେହେରା