ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଲାୟନ୍ସ କ୍ଲବ ପକ୍ଷରୁ ୨୫ହଜାର ଟଙ୍କା ଦାନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମଗ୍ର ବିଶ୍ୱରେ କରୋନାର ଭୟାବୟତା ଚାଲିଥିବା ବେଳେ ଓଡିଶାରେ ମଧ୍ୟ ସେପରି ପରିସ୍ଥିତି ଦେଖା ଦେଇଛି । ରାଜ୍ୟର ହଜାର ହଜାର ବ୍ୟକ୍ତି ଅନ୍ୟ ରାଜ୍ୟରୁ ଫେରୁଥିବା ବେଳେ କରୋନା ଆକ୍ରାନ୍ତ ହେଉଥିବାରୁ ସେମାନଙ୍କୁ ସହାୟତା ଓ ସ୍ୱାସ୍ଥ୍ୟସେବା ଯୋଗାଇବାଲାଗି ଜଳେଶ୍ୱର ଲାୟନ୍ତସ କ୍ଲବ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୋବିଦ -୧୯କୁ ୨୫ହଜାର ଟଙ୍କାର ସହାୟତା ରାଶି ଦେଇଛନ୍ତି । ଆଜି ଲାୟନ୍ତସ କ୍ଲବର ସଭାପତି କପିଳେଶ୍ୱର ମହାନ୍ତି, ପୂର୍ବତନ ସଭାପତି ବିଷ୍ଣୁପଦ ମହାନ୍ତି, ଡ.ରମାକାନ୍ତ ଭଂଜ, ଜୀତାରାମ ଦେ, ସମରେଶ ଦିନ୍ଦା, ରାଜେଶ ଠକର, ଶିରିଶ ଚୌହାନ, ଅରୁଣ ରାଠି ପ୍ରମୁଖ ୨୫ହଜାର ଟଙ୍କାର ଚେକ୍ ଜଳେଶ୍ୱର ମୁନିସିପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ରକୁ ପ୍ରଦାନ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା