
ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଜଳେଶ୍ୱରର ଅବସରପ୍ରା୍ତ ଓ କାର୍ଯ୍ୟରତ ନିମ୍ନମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ସମାଜିକ ଦୂରତା ରକ୍ଷା କରି ଏକ ବୈଠକ ରାଜ୍ୟ ଅବସର ଶିକ୍ଷକ ସଂଘର ଯୁଗ୍ମ ସମ୍ପାଦକ କ୍ଷଗେନ୍ଦ୍ର ନାଥ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘ ପକ୍ଷରୁ ୧ଲକ୍ଷ ୧୦ହଜାର ଟଙ୍କାର ଏକ ଡ୍ରାପ୍ଟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କରୋନା ମୁକାବିଲା ପାଇଁ ବିଧାୟକ ଅଶ୍ୱିନୀ ପାତ୍ରଙ୍କୁ ପ୍ରଦାନ କରିଛନ୍ତି । ଏଥିରେ ବିଇଓ ସୁଧାଂଶୁ ସେଖର ଜେନା ଓ ଆଇଆଇସି ଧନେଶ୍ୱର ସାହୁ ଉପସ୍ଥିତ ଥିଲେ । ଜଳେଶ୍ୱର ନିମ୍ନ ପ୍ରାଥମିକ ସଂଘ ସଂପାଦକ କୁମୁଦ ରଂଜନ ଜେନା, ଅବସରପ୍ରାପ୍ତ ଶିକ୍ଷକ ସଂଘର ସଭାପତି ଭାଗବତ ପରିଡା, ସଂପାଦକ କପିଳେଶ୍ୱର ମହାନ୍ତି, ନିମ୍ନମାଧ୍ୟମିକ ଶିକ୍ଷକ ସଂଘ ସଭାପତି ପ୍ରଫୁଲ୍ଲ କୁମାର ମହାନ୍ତି, ଉପସଭାପତି ବାଇଧର ଜେନା, ସୀତା ହାଁସଦା, ଗଣେଶ ପରିଡା, ଅନନ୍ତ ବେହେରା, ଦେବାଶିଷ ଗିରି ଓ ଗୋପାଳ ଚନ୍ଦ୍ର ସେନାପତି ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକୁ ସହାୟତା କରିଥିଲେ । ସେହିପରି ବାଇଗଣ ବାଡିଆ ପଞ୍ଚାୟତର କସ୍ତୁରବା ମହିଳା ମହାସଂଘ ପକ୍ଷରୁ୨୦ହଜାର୧ଶହ ଟଙ୍କା ଓ ସରପଞ୍ଚ ପ୍ରତିନିଧି ରବୀନ୍ଦ୍ର ନାଥ ଗିରି ୫ହଜାର ଟଙ୍କାର ଚେକ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ପାଇଁ ବିଧାୟକଙ୍କୁ ହସ୍ତାନ୍ତର କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା