

ବୁଗୁଡା (ସମୃଦ୍ଧ ଓଡିଶା) ବୁଗୁଡା ବ୍ଲକ ମାଣିତରା ପଞ୍ଚାୟତ ସରପଞ୍ଚ ଶାନ୍ତିଲତା ନାୟକ ଓ ନାଏବ ସରପଞ୍ଚ କାଳୁଚରଣ ପ୍ରଧାନ ଉଭୟେ ସେମାନଙ୍କ ତିନି ମାସର ଦରମା ଏବଂ ମା ସେନାପତି ଯୁବକ ସଙ୍ଘ ପକ୍ଷରୁ ଶୁକ୍ରବାର ଦିନ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ରଙ୍କ ଜରୀଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୨,୬୫୦ ଟଙ୍କାର ଦୁଇଟି ଚେକ ପ୍ରଦାନ କରିଛନ୍ତି । ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ତିନି ମାସର ଦରମା ୭,୬୫୦ ଟଙ୍କା ଓ ଯୁବକ ସଙ୍ଘ ପକ୍ଷରୁ ୫,୦୦୦ ଟଙ୍କାର ଦୁଇଟି ଚେକ ପ୍ରଦାନ କରାଯାଇଛି । ବିଡ଼ିଓ ଶ୍ରୀ ପାତ୍ରଙ୍କୁ ଚେକ ପ୍ରଦାନ ସମୟରେ ସରପଞ୍ଚ ପ୍ରତିନିଧି ବବୁଲ ନାୟକ, ନାଏବ ସରପଞ୍ଚ କାଳୁ ଚରଣ ପ୍ରଧାନ,ସିଆରସିସି ଭବାନୀ ଶଙ୍କର ପାତ୍ର ଓ ମା ସେନାପତି ଯୁବକ ସଙ୍ଘ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ ।
ରିପୋର୍ଟ : ଡ଼ଃ କୁମୁଦ ଚନ୍ଦ୍ର ବେହେରା