ଭଞ୍ଜନଗର (ସମୃଦ୍ଧ ଓଡିଶା) ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁକୁ ନେଇ ସସପେସ୍ପ ଜାରି ରହିଥିବା ବେଳେ ଏହାର ରହସ୍ୟ ଖୋଲିବାକୁ ଓଡ଼ିଶାରୁ ୫୦୦ରୁ ଅଧିକ ସମାଜସେବୀ ମଣ୍ଡନ ହୋଇ ମାନବ ପ୍ରେମୀ ଆଦିତ୍ୟ ଦାସଙ୍କୁ ନ୍ୟାୟ ମିଳୁ ଏବଂ ସିବିଆଇ ତଦନ୍ତ ହେଉ ବୋଲି ଦାବି କରିଛନ୍ତି । ଏଥି ସହିତ ପାଞ୍ଚ ଲକ୍ଷ ଲୋକଙ୍କ ଦସ୍ତଖତ ସଂଗ୍ରହ କରିବା ଅଭିଯାନ ମଧ୍ୟ ଜାରି ରଖିଛନ୍ତି । ତନମଧ୍ୟରୁ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଳକ ଅଗଝୋଳ ଗ୍ରାମର ଯୁବ ସମାଜ ସେବୀ ମନୋଜ ମିଶ୍ର ଅନ୍ୟତମ । ସେ ପେଷାରେ ଜଣେ ଅଟୋ ଚାଳକ ହୋଇଥିଲେ ମଧ୍ୟ ସମାଜସେବା ଓ କଳା ସଂସ୍କୃତି ପ୍ରତି ତାଙ୍କର ମନୋଭାବ ପିଲାଟି ଦିନରୁ ରହିଛି । ଫଳରେ ଅଂଚଳରେ ଅନେକ ସେବା କାର୍ଯ୍ୟ କରିବା ସହ ଗୀତ ପରିବେଷଣ ମଧ୍ୟରେ କରିଥାନ୍ତି । ତତ୍ ସେ ସମାଜସେବୀ ଆଦିତ୍ୟ ଦାସଙ୍କୁ ନ୍ୟାୟ ଦାବିରେ ଗତ ବୁଧବାର ସକାଳେ ମୁଣ୍ଡନ ହୋଇ ଠାକୁରଙ୍କ ପାଖରେ ଦୀପ ଜାଳି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିବା ସହ ଆଜି ନିଜ ଦସ୍ତଖତ ଅଭିଯାନ ଆରମ୍ଭ କରି ପ୍ରଶାସନ ଓ ସରକାରଙ୍କୁ ସୋସିଆଲ ମିଡ଼ିଆ ମାଧ୍ୟମରେ ଦାବି କରିଛନ୍ତି । ପ୍ରକାଶ ଯୋଗ୍ୟ କି ସମାଜସେବୀ ଆଦିତ୍ୟ ଦାସ ଜଣେ ଜଣାଶୁଣା ମୋଟୀଭେସନାଲ ସ୍ପିକର ସହ ବହୁ ଗୁଣର ଅଧିକାରୀ ଥିଲେ । ଏହି ଭଳି ବିକ୍ତିତ୍ୱଙ୍କ ମୃତ୍ୟୁକୁ ନେଇ ରହସ୍ୟ ଉପରୁ ବର୍ତ୍ତମାନ ସୁଦ୍ଧା ପରଦା ଉଠି ନାହିଁ । ଏହିଭଳି ପରିସ୍ଥିତିରେ ସିବିଆଇ ତଦନ୍ତର ଆବଶ୍ୟକତା ରହିଛି ବୋଲି ବିଭିନ୍ନ ମହଲରେ ଦାବି ହେଉଛି ।
ରିପୋର୍ଟ : ନିଲୁ ବିଷୋୟୀ