


ଛତ୍ରପୁର(ସମୃଦ୍ଧ ଓଡିଶା ) ଛତ୍ରପୁର ବ୍ଲକ ସଦଭାବନା କକ୍ଷରେ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ କଲ୍ୟାଣ ସମିତିର କାର୍ଯ୍ୟକାରୀ କମିଟିର ବୈଠକ ଛତ୍ରପୁର ବିଡିଓ ତଥା କମିଟି ଅଧକ୍ଷ୍ୟ ସଚ୍ଚିଦାନନ୍ଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟତଃ ଆରବିଏସକେ, ଗାଁ କଲ୍ୟାଣ ସମିତି ଏବଂ ରୋଗୀ କଲ୍ୟାଣ ସମିତି ବିଭିନ୍ନ କାର୍ଯ୍ୟଶୈଳୀ ଉପରେ ଆଲୋଚନା କରାଯାଇଥିଲା । ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ହାରବାଲ ଗାର୍ଡେନ ନିର୍ମାଣ କରିବା ସହ ବିଭିନ୍ନ ଆନୁସାଙ୍ଗିକ ବ୍ୟବସ୍ଥା ଆଲୋଚନା କରାଯାଇଥିଲା । ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଏବଂ ବିଭିନ୍ନ କର୍ମଚାରୀ ଅଭାବ ଥିବା ସଦସ୍ୟ ମାନେ ଅଧ୍ୟକ୍ଷ ଦୃଷ୍ଟି ଆକର୍ଷଣ କରିଥିଲେ । ଗାଁ କଲ୍ୟାଣ ସମିତି ପ୍ରତ୍ୟେକ ଅଂଚଳ ରେ ସଠିକ୍ କାର୍ଯ୍ୟ କରିବାକୁ ମଧ୍ୟ କୁହାଯାଇଥିଲା । ଏହି ବୈଠକରେ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡାକ୍ତର ବସନ୍ତ କୁମାର ପ୍ରଧାନ, ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ଅବିନାଶ ଶତପଥୀ, ବିପିଏମ୍ ସିମାଞ୍ଚଳ ପ୍ରଧାନ, ଓଡିଶା ଜିବୀକା ମିସନର ବ୍ଲକ ବିପିଏମ ମାନିନୀ ଜେନା, କମିଟିର ସଦସ୍ୟ ଶମ୍ଭୁନାଥ ସ୍ୱାଇଁ, ପଟଲାମପୁର ସରପଞ୍ଚଙ୍କ ପ୍ରତିନିଧୀ ରମେଶ ବାରିକ, କନିଷ୍ଠ ଯନ୍ତ୍ରୀ ଜୟସେନ ବେହେରାଙ୍କ ସମେତ ବହୁ ସଦସ୍ୟ,ସଦସ୍ୟା ଯୋଗ ଦେଇଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା
