ମେ ଆଇ ହେଲ୍ପ ୟୁ ମୋ ପରିବାର ପକ୍ଷରୁ ଭିନ୍ନକ୍ଷମ ବିଦ୍ୟାଳୟରେ ବୃକ୍ଷରୋପଣ ଓ ଫଳ ବଣ୍ଟନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ରବିବାର ପୂର୍ବାହ୍ନରେ ବାଲେଶ୍ୱର ଜିଲା ଜଳେଶ୍ୱର ମ୍ୟୁନିସିପାଲଟିର ନନ୍ଦିକା ଠାରେ ଥିବା ଦୀନକୃଷ୍ଣ ଭିନ୍ନକ୍ଷମ ବିଦ୍ୟାଳୟରେ ‘ମେ ଆଇ ହେଲ୍ପ ୟୁ ମୋ ପରିବାର’ ପକ୍ଷରୁ ବୃକ୍ଷ ରୋପଣ ଓ ଫଳ ବଣ୍ଟନ ସହିତ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଜଳେଶ୍ୱର ଥାନା ଆଇଆଇସି ମାନସ କୁମାର ଦେଓ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇ ବିଦ୍ୟାଳୟର ସୁବିଧା-ଅସୁବିଧା ସଂପର୍କରେ ବୁଝାଶୁଝା କରିବା ସହିତ ସେଠାରେ ଆବଶ୍ୟକ ଆଇନ୍ ଶୃଙ୍ଖଳା ଯୋଗାଇ ଦିଆଯିବା ସଂପର୍କରେ କହିଥିଲେ । ମେ ଆଇ ହେଲ୍ପ ୟୁ ମୋ ପରିବାରର ସଭାପତି ଜଗନ୍ନାଥ ପରିଡା, ଦେବୀରାଣୀ ପରିଡା, ନରହରୀ ବେହେରା, ରମେଶ ଜେନା, ହେମନ୍ତ ଜେନା, ଜୟଦେବ ସାମଲ, ସୁଭାଶିଷ ହୁଇ, ଚନ୍ଦନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ଭାଗ ନେଇ ଭବିଷ୍ୟତରେ ଏହି ଅନୁଷ୍ଠାନକୁ ସହାୟତା କରିବାକୁ ପ୍ରତିଶୃତି ଦେଇଥିଲେ ।