
ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ଦ୍ୱିତୀୟ ଥର ପାଇଁ ମେ ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିବେ । ଏହି ଅବସରରେ ସାର୍କ ଦେଶର ରାଷ୍ଟ୍ରମୁଖ୍ୟମାନେ ଚଳିତ ଥର ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିବେ ବୋଲି ଜଣାପଡିଛି । ଶପଥ ସମାରୋହ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ନିଜ ଲୋକସଭା ଆସନ ବାରଣାସୀକୁ ଯାଇ ଭୋଟରଙ୍କୁ ଧନ୍ୟବାଦ କରିବା ସହ ଶପଥ ନେବା ପୂର୍ବରୁ ମୋଦି ଗାନ୍ଧିନଗର ଯାଇ ନିଜ ମାଆ ହୀରା ବେନଙ୍କ ଆଶୀର୍ବାଦ ନେବେ ବୋଲି ସୂଚନା ମିଳିଛି ।