
drops blood donation concept. Text donate blood with red drops on white background
ଜଳେଶ୍ୱର (ସମୃଦ୍ଧ ଓଡିଶା) ରକ୍ତର ବିକଳ୍ପ ନ ଥିବା ବେଳେ କୌଣସି ରୋଗୀ ରକ୍ତବିନା ମୃତ୍ୟୁବରଣ କରିବାକୁ ଦିଆ ନ ଯିବା ସଂକଳ୍ପ ନେଇ ଜିଲା ରାକ୍ତଦାତା ସଂଘ ପକ୍ଷରୁ ଦିଆଯାଇଥିବା ନାରା ପରିପ୍ରେକ୍ଷୀରେ ବୁଖାରୀବାବା ଅର୍ଡର ସାପ୍ଳାୟାର ପକ୍ଷରୁ ଆୟୋଜିତ ମେଗା ରକ୍ତଦାନ ଶିବିରର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମାଜସେବୀ ମନୋରଂଜନ ଦାସ ସଭାପତିତ୍ୱ କରିଥିବ ବେଳେ ରକ୍ତଦାତା ସଂଘର ଜିଲା ସଭାପତି କମଳ ଚକ୍ରବର୍ତ୍ତି, ବୁଖାରିବାବା ଅର୍ଡର ସପ୍ଲାୟରର ମୁଖ୍ୟ ଏସ୍କେ ଇସ୍ଲାମ୍, ଏସ୍କେ ସାଜନ୍, ସେକ୍ ଅବଦୁଲ ରହିମ୍ ପ୍ରମୁଖ ଉପସ୍ଥିତ ରହି ଆସନ୍ତା ଡିସେମ୍ବର ୧୯ରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହେବ ବୋଲି କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜୟରାବିବି, ସେକ୍ ସମିର, ସେକ୍ ସପିର, ସତ୍ୟରଂଜନ ମହାପାତ୍ର, ସଂଜିବ ମହାନ୍ତ, ଇନ୍ତାଜ ଖାନ, ମୋତି ଖାନ, ଅନିମେଶ ସାହା, ଅଂକିତ ଚୌରସିଆ, ଆମଜାଦ୍ ଖାଁ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୂପତି ପରିଡା