ମେଥି ଶାଗ ଦୂର କରେ ବହୁ ରୋଗ…

ମେଥି ଶାଗ ବିଶେଷ କରି ପେଟ ସମ୍ବନ୍ଧିତ ବିଭିନ୍ନ ସମସ୍ୟାକୁ ଦୂର କରିଥାଏ । ଗ୍ୟାସ୍‌ଷ୍ଟ୍ରିକ୍‌ରୁ ପେଟ ସମ୍ବନ୍ଧିତ ଯେତେ ସବୁ ଯନ୍ତ୍ରଣା ହୋଇଥାଏ ତାକୁ ମେଥି ଶାଗ ଦୂର କରିଥାଏ । ଏହା କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ରଖେ । ତେଣୁ ଦୈନନ୍ଦିନ ଖାଦ୍ୟରେ ମେଥି ଶାଗକୁ ସାମିଲ୍‌ କରିବା ଉଚିତ । ଏହା ରକ୍ତରେ ଶର୍କରା ଭାଗକୁ ବି ନିୟନ୍ତ୍ରଣରେ ରଖେ । ଏହା ଏକ ଆଣ୍ଟି-ବାୟୋଟିକ୍‌ ଉପାଦାନ ପରି କାମ କରିଥାଏ । ଏହା ବିଶେଷ କରି ଟାଇପ୍‌-୨ ମଧୁମେହ ରୋଗୀଙ୍କ ପାଇଁ ଔଷଧ ପରି କାମ କରେ । ରକ୍ତ ଚାପକୁ ନିୟନ୍ତ୍ରଣରେ ରଖିବା ପାଇଁ ମଧ୍ୟ ମେଥି ଶାଗ ଖୁବ୍‌ ଭଲ । ଏହା ବ୍ୟତୀତ ତ୍ୱଚା, କେଶ, ଅଣ୍ଟା ବିନ୍ଧା, ମୁଣ୍ଡବିନ୍ଧା, କୋଲେଷ୍ଟ୍ରଲ୍‌, ଉଚ୍ଚ ରକ୍ତଚାପ, ମଧୁମେହ ଆଦି ରୋଗର ନିରାକରଣ ହୋଇଥାଏ । ଯଦି ସବୁବେଳେ ମେଥି ପ୍ରୟୋଗ କରିପାରୁନାହାନ୍ତି ତେବେ ମେଥି ଶାଗ ଖାଇ ଏସବୁ ସମସ୍ୟାକୁ ଦୂରେଇ ଦେଇ ପାରିବେ ।