ମୋ ପରିବାର ଭାଜପା ପରିବାର କାର୍ଯ୍ୟକ୍ରମର ଶୁଭାରମ୍ଭ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସାରା ଦେଶରେ ମୋ ପରିବାର ଭାଜପା ପରିବାର କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଦେଶର ପ୍ରତ୍ୟେକ ବୁଥରେ ଆୟୋଜିତ କରାଯିବ । ବିଜେପି ନେତବୃନ୍ଦଙ୍କ ଠାରୁ ଆରମ୍ଭ କରି କାର୍ଯ୍ୟକର୍ତା ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ବୁଥରେ ମତଦାତାଙ୍କ ସହ ବସି ମୋଦି ସରକାରଙ୍କ ସଫଳତା ସଂପର୍କରେ ଆଲୋଚନା କରିବେ । ଏଥିସହ ବିଜେପି କାର୍ଯ୍ୟକର୍ତାମାନେ ମୋଦି ସରକାରଙ୍କ ଯୋଜନାରେ ଅର୍ନ୍ତଭୃକ୍ତ ହୋଇଥିବା ଲାଭାର୍ଥୀ ମାନଙ୍କ ଘରକୁ ଯାଇ କେନ୍ଦ୍ର ସରକାରଙ୍କ ଅନ୍ୟ ଜନହିତକର ଯୋଜନା ସଂପର୍କରେ ଅବଗତ କରାଇବା ସହ ବିଜେପି ପତାକା ଏବଂ ବିଜେପି ଷ୍ଟିକର ଲଗାଇବେ । କେନ୍ଦ୍ର ସରକାରଙ୍କ ଯୋଜନାର ଲାଭାର୍ଥୀ # ମେରା ପରିବାର ଭଜପା ପରିବାର ହ୍ୟାସ ଟ୍ୟାଗ ସହ ସୋସିଆଲ ମିଡିଆ ମାଧ୍ୟମରେ ବିଜେପି ପ୍ରତି ସମର୍ଥନ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ବିଶ୍ୱାସ ବ୍ୟକ୍ତ କରିବେ ବୋଲି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି । ଶ୍ରୀ ପଣ୍ଡା ଆଜି ନୂଆପଡା ନିର୍ବାଚନମଣ୍ଡଳୀ କୁରୁମପୁରୀଠାରେ ‘ମୋ ପରିବାର ବିଜେପି ପରିବାର’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ନିଜ ଘରେ ଶ୍ରୀ ପଣ୍ଡା ବିଜେପି ପତାକା ସହ ଷ୍ଟିକର ଲଗାଇବା ସହ କାର୍ଯ୍ୟକର୍ତାମାନଙ୍କ ଘରେ ବିଜେପି ପତାକା ଲଗାଇବାକୁ ଅନୁରୋଧ କରିଛନ୍ତି ।ସେହିପରି ବିଧାୟକ ଦଳ ନେତା କେ.ଭି ସିଂହଦେଓଙ୍କ ସମେତ ରାଜ୍ୟର ସମସ୍ତ ବିଜେପି ନେତୃବୃନ୍ଦ ଏହି ଅଭିଯାନରେ ସାମିଲ ହୋଇଥିଲେ ।

ରିପୋର୍ଟ : ଆକାଶ ମିଶ୍ର