‘ମୋ ସ୍କୁଲ ଶ୍ରେଷ୍ଠ ସ୍କୁଲ’ ସମ୍ପର୍କିତ ଏକ ଆଲୋଚନା ବୈଠକ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ଅବସ୍ଥିତ ହୋଇଥିବା ଅନସ୍ଲୋ ଅନୁଷ୍ଠାନରେ ଗତକାଲି ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନଙ୍କୁ ନେଇ ‘ମୋ ସ୍କୁଲ ଶ୍ରେଷ୍ଠ ସ୍କୁଲ’ ସମ୍ପର୍କିତ ଏକ ଆଲୋଚନା ବୈଠକ ପ୍ରଧାନ ଶିକ୍ଷକ ରାଧାକୃଷ୍ଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଇଓ ଅବିନାଶ ଶତପଥୀ ଓ ଏବିଓ ସୀତାରାମ ପାତ୍ର ପ୍ରମୁଖ ଯୋଗ ଦେଇ ‘ମୋ ସ୍କୁଲ ଶ୍ରେଷ୍ଠ ସ୍କୁଲ’ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥିତ ପୁରାତନ ଛାତ୍ରମାନଙ୍କୁ ଅବଗତ କରିଥିଲେ । ପାଠ ପଢା ସରିଲା ପରେ ସ୍କୁଲ ପର ହୋଇ ଯାଏନା ମୋ ସ୍କୁଲର ବିକାଶରେ ମୋର ବି ଦାୟିତ୍ୱ ଅଛି ‘ମୋ ସ୍ୱପ୍ନର ତାଲିକାରେ ମୋ ସ୍କୁଲ ବି ଅଛି’ ମୋ ସ୍କୁଲ ଶିଖାଇଥିଲା ‘ଅ’ ଏବେ ଡ଼ାକୁଚି ‘ଆ’  ।  ଏହି କାର୍ଯ୍ୟକ୍ରମ ଦ୍ୱାରା ପୁରାତନ ଛାତ୍ରମାନେ ଓ ସ୍ୱେଚ୍ଛାସେବୀ ସଂଗଠନ ଓ ଅଭିଭାବକମାନେ ବିଦ୍ୟାଳୟର ଉନ୍ନତି ପାଇଁ ଯେଉଁ ଅର୍ଥ ଦାନ କରିବେ ତାର ଦୁଇଗୁଣ ଅର୍ଥ ରାଜ୍ୟ ସରକାର ଦେବ ବୋଲି କହିଥିଲେ । ଏହା ଦ୍ୱାରା ସ୍କୁଲର ଉନ୍ନତି ଓ ଛାତ୍ରଛାତ୍ରୀମାନଙ୍କ ଶିକ୍ଷା କ୍ଷେତ୍ରରେ ବିକାଶ ହେବ ବୋଲି କହିଥିଲେ ।  ‘ମୋ ସ୍କୁଲ ଶ୍ରେଷ୍ଠ’ ସ୍କୁଲ କାର୍ଯ୍ୟକ୍ରମରେ ମୂଳ ଲକ୍ଷ୍ୟ ହେଲା ସ୍କୁଲର ଉନ୍ନତି ଓ ଛାତ୍ରଛାତ୍ରୀମାନଙ୍କ ବିକାଶ ଦିଗରେ ଏହା କାର୍ଯ୍ୟକାରୀ ହେବ । ସ୍କୁଲରେ ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ ଇ-ଲାଇବ୍ରେରୀ ବ୍ୟବସ୍ଥା କରିବା ପାଇଁ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ କଣମଣା ସିଆରସିସି ମନୋଜ କୁମାର ତ୍ରିପାଠୀ, ଶିକ୍ଷୟିତ୍ରୀ ଦେବସ୍ମିତା ମହାନ୍ତି, ଜଗଦିଶ ପଲେଇ, ପୁରାତନ ଛାତ୍ର ଅମର ପ୍ରସାଦ ବିଷୋୟୀ, ପ୍ରଫୁଲ କୁମାର ମହାପାତ୍ର, ହରିହର ମହାରଣା, ଶ୍ରୀକାନ୍ତ ମହାନ୍ତି, ପି. ମାଧବ ରାଓ, ଶ୍ରୀହରି ବେହେରା, ରବିନ୍ଦ୍ରନାଥ ପଣ୍ଡା, ଶ୍ରୀକାନ୍ତ ମିଶ୍ର, ଜି. ନରସିଂହ ମୃର୍ତ୍ତି, ଜି. ରାମ ପ୍ରସାଦ ରେଡ୍ଡି, ଭଗବାନ ପଣ୍ଡା, ଏମ୍. ରବିନ୍ଦ୍ର ସେନାପତି, ମନ୍ମଥ ପାଢୀ, ରାଜେନ୍ଦ୍ର କୁମାର ସାହୁ, ଡ଼. ସରୋଜ କୁମାର ଦାଶ,ଦେବେନ୍ଦ୍ର ସାହୁ, ଏସ. ଚନ୍ଦ୍ରଶେଖର ରାଓ, ଅଶୋକ କୁମାର ଜେନା, ବିଜୟକୃଷ୍ଣ ପଟ୍ଟନାୟକ, ପି. ଆଦି ନାରାୟଣଙ୍କ ସମେତ ବହୁ ପୁରାତନ ଛାତ୍ର, ଅନୁଷ୍ଠାନର ଶିକ୍ଷକ, ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା