ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ପୋଲିସ ଓ ଜିଲ୍ଲାର ସମସ୍ତ ପୋଲିସ କର୍ମଚାରୀ ମାନଙ୍କୁ ଅବଗତ କରିବା ନିମନ୍ତେ ଏକ ନୋଟିସ ଜାରି କରାଯାଇଛି । ସେହି ନୋଟିସରେ ଲେଖା ଯାଇଛି ଯେ ଲାଗୁ କରାଯାଇଥିବା ମୋଟର ଯାନ(ସଂଶୋଧନ)ଆଇନ-୨୦୧୯ର ଖିଲାପ କଲେ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ । ଏତଦବ୍ୟତୀତ ସମସ୍ତ ପୋଲିସ କର୍ମଚାରୀ ଦୁଇ ଚକିଆ ଯାନ ଚାଳନା କଲା ବେଳେ ହେଲମେଟ ପିନ୍ଧିବା ଏବଂ ଚାରିଚକିଆ ଯାନ ଚାଳନା କଲାବେଳେ ସିଟ ବେଲ୍ଟ ବାନ୍ଧିବା ବାଧ୍ୟତାମୂଳକ ଅଟେ । ବିନା ହେଲମେଟ ଏବଂ ବିନା ସିଟବେଲ୍ଟରେ କୌଣସି ପୋଲସ କର୍ମଚାରୀ ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ, ସଂରକ୍ଷିତ ଆରକ୍ଷୀ କାର୍ଯ୍ୟାଳୟ, ଥାନା ଏବଂ ଫାଣ୍ଡିକୁ ପ୍ରବେଶ ନିଷେଧ କରାଯାଇଛି । ଗାଡି ଚାଳନା ସମୟରେ ଡ୍ରାଇଭିଂ ଲାଇସେନ୍ସ, ପଞ୍ଜିକରଣ ପ୍ରମାଣ ପତ୍ର, ବୀମା ପ୍ରମାଣ ପତ୍ର, ଫିଟନେସ ଓ ପରମିଟ ଏବଂ ଗାଡି ଚାଳନା ସମୟରେ ସମସ୍ତ ପୋଲିସ ଡ୍ରାଇଭର ପୋଲିସ ପୋଷାକ ପରିଡାହାଣ କରିବା ଅନିର୍ବାର୍ଯ୍ୟ ଅଟେ । ଯଦି କୌଣସି ପୋଲିସ କର୍ମଚାରୀ ଏହି ଆଇନକୁ ଖିଲାପ କରନ୍ତି ତେବେ ଆଇନ ଅନୁସାରେ ଦଣ୍ଡନୀୟ ହେବା ସଂଗେ ସଂଗେ ଶୃଙ୍ଖଳାରତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଆରକ୍ଷୀ ଅଧ୍ୟକ୍ଷକ ସୂଚନା ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା