ନୂଆଦିଲ୍ଲୀ (ସମୃଦ୍ଧ ଓଡ଼ିଶା) ଲୋକସଭା ଉପ-ବାଚସ୍ପତି ପଦକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଥିବା ବେଳେ ପ୍ରଧାନ ମନ୍ତ୍ରୀ ମୋଦିଙ୍କ ଏବେ ଅତିପ୍ରିୟ ବନିଥିବା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ୍ନ ମୋହନ ରେଡ୍ଡୀଙ୍କ ଦଳ YSR କଂଗ୍ରେସ ହାତେଇ ପାରେ ବୋଲି ଆଲୋଚନା ହେଉଛି । ଉଭୟ ଜଗନ ମୋହନ ରେଡ୍ଡୀ ଓ ନବୀନ ପଟ୍ଟନାୟକଙ୍କୁ ଉପବାଚସ୍ପତି ପଦ ପାଇଁ ଅଫର୍ ମିଳିଛି ବୋଲି ଚର୍ଚ୍ଚା ହୋଇଛି। ପୂର୍ବରୁ ବିଜେଡିକୁ ଉପ-ବାଚସ୍ପତି ପଦ ମିଳିପାରେ ବୋଲି ଚର୍ଚ୍ଚା ଜୋର ଧରିଥିଲା। ତେବେ ଏନ୍ଡିଏର ଅନ୍ୟତମ ସହଯୋଗୀ ଦଳ ଭାବେ ଶିବସେନା ଏହାକୁ ବିରୋଧ କରିଥିଲା। ଆଉ ଏବେ ଏହି ପଦ ଜଗନଙ୍କ YSR କଂଗ୍ରେସକୁ ମିଳିପାରେ ବୋଲି କୁହାଯାଉଛି।ଆନ୍ଧ୍ରପ୍ରଦେଶରେ ଟିଡିପି ସହ ବିଜେପିର ମେଣ୍ଟ ଭାଙ୍ଗିବା ପରେ ମୋଦିଙ୍କ ନିକଟତର ହୋଇଛନ୍ତି ଜଗନ। ତେଣୁ YSR କଂଗ୍ରେସକୁ ବିଜେପି ପ୍ରାଥମିକତା ଦେଉଥିବା କୁହାଯାଉଛି। ବିଜେପି ସାଂସଦ ଜିଭିଏଲ୍ ନରସିଂହା ରାଓ, ଏ ସଂପର୍କରେ ଜଗନଙ୍କ ସହ ଆଲୋଚନା କରିଥିବା କଥା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ହେଲେ ଜଗନ ଏପର୍ଯ୍ୟନ୍ତ ନିଜ କିଛି ମତ ଦେଇ ନାହାନ୍ତି। କ୍ଷମତାକୁ ଫେରିବା ପରେ ଗତ୧୧ରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ନବୀନ। ତେବେ ସାକ୍ଷାତ ଆଲୋଚନାରେ ଉପବାଚସ୍ପତି ପ୍ରସଙ୍ଗ ଉଠି ନ ଥିବା କୁହାଯାଉଛି। ଏହି ପଦ ପାଇଁ ବିଜେଡିର ୬ ଥରର ସାଂସଦ ଭର୍ତ୍ତୃହରି ମହତାବଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ପୂର୍ବରୁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ବେଳେ ବିଜେଡିକୁ ଅଫର୍ ଦିଆଯାଇଥିଲା। ଏଥିପାଇଁ ବିଜେଡି କିନ୍ତୁ ଗ୍ରୀନ ସିଗନାଲ୍ ଦେଇନଥିଲା। ତେବେ ନିର୍ବାଚନ ପୂର୍ବରୁ ବିଜେପି ଓ ବିଜେଡି ମଧ୍ୟରେ ବେଶ ପ୍ରତିଦ୍ୱନ୍ଦ୍ୱିତା ଚାଲିଥିଲା। ଅନ୍ୟ ପକ୍ଷରେ ବର୍ତ୍ତମାନ ଲୋକସଭାରେ YSR ର ୨୨ ଜଣ ସାଂସଦ ରହି ଛନ୍ତି। ଆନ୍ଧ୍ରରେ ମୂଳପୋଛ ହୋଇ ଯାଇଥିବା ବିଜେପି YSR କଂଗ୍ରେସକୁ ଉପ ବାଚସ୍ପତି ପଦ ଦେଲେ ବିଜେପି ପାଇଁ ସଂଗଠନ କାୟା ବିସ୍ତାର କରିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଚର୍ଚ୍ଚା ହେଉଛି। ଓଡ଼ିଶାରେ ବିଜେଡି ବିଜେପିର ସମ୍ପୂର୍ଣ ବିରୋଧୀ ଥିଲା ଗତ ନିର୍ବାଚନରେ କିନ୍ତୁ ପ୍ରଧାନ ମନ୍ତ୍ରୀ ମୋଦି ଯେତେବେଳେ ଓଡିଶା ଗସ୍ତ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୋର ବନ୍ଧୁ ବୋଲି କହି ପ୍ରଶଂସା ବି କରିଛନ୍ତି। ଅନ୍ୟପକ୍ଷରେ ଗତ ନିର୍ବାଚନ ବେଳେ ରାଜ୍ୟରେ ବିଜେପି ବିଜେଡି ମଧ୍ୟରେ ଘମାଘୋଟ ଲଢେଇ ଚାଲିଥିବା ବେଳେ ନବୀନ ଓ ମୋଦି ଏକ ନେଇ ମଧ୍ୟ ଚର୍ଚ୍ଚା ହୋଇଛି ସେଥିପାଇଁ ବନ୍ଧୁତ୍ଵକୁ ପାଥେୟ କରି ହୁଏତ ଉପ ବାଚସ୍ପତି ପଦ ବିଜେଡିକୁ ମିଳିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।