ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସାରା ଦେଶରେ ଲକ ଡାଉନ ଯୋଗୁଁ କାମ ଧନ୍ଦା ନ ପାଇ ଲୋକମାନେ ରୋଜଗାର ଶୁନ୍ୟ ହୋଇଥିବା ବେଳେ ଅନ୍ତଃ ସରକାର ଲୋକଙ୍କୁ ବିଭିନ୍ନ କ୍ଷେତ୍ରରେ ଆର୍ଥିକ ସାହାର୍ଯ୍ୟ କରିବା ଆବଶ୍ୟକ ବୋଲି ଦାବୀ ହୋଈଛି । ଦେଶରେ ସରକାରୀ କର୍ମଚାରୀମାନେ ଘରେ ବସି ଆଗୁଆ ତିନି ମାସର ଦରମା ପାଇବେ ବୋଲି ସରକାର ଘୋଷଣା କରିଛନ୍ତି । ପେନସନ ଧାରୀ ମାନଙ୍କୁ ମଧ୍ୟ ଆଗୁଆ ପେନସନ ଦିଆଯିବାକୁ ସରକାର ଘୋଷଣା କରିଛନ୍ତି କିନ୍ତୁ ସାଧାରଣ ଦୈନିକ ମଜୁରିଆ ଶ୍ରମଜୀବୀମାନେ ଏଥିରୁ କାହିଁକି ବଞ୍ଚିତ ହେବେ ବୋଲି ପ୍ରଶ୍ନ କରି ଏପରିକି ସେମାନଙ୍କ ପାଖରେ ଖାଇବାକୁ ମଧ୍ୟ ପଇସା ନାହିଁ । ଯୋଗାଯୋଗ ପାଇଁ ମୋବାଇଲ ଟିଏ ରଖିଥିବା ବେଳେ ବର୍ତ୍ତମାନ ରିଚାର୍ଜ କରିବେ କେମିତି ? ଲକ ଡାଉନ ଖୋଲିବା ପରେ ମଧ୍ୟ କରୋନା ଭୁତାଣୁ ସଂକ୍ରମଣ କଟକଣା ସମ୍ଭାବନା ରହିଛି । ଫଳରେ ସାଧାରଣ ଲୋକଙ୍କ ଜୀବନ ଜୀବିକା ଭୟଙ୍କର ଭାବେ ପ୍ରଭାବିତ ହେଉଛି । ଲକ ଡାଉନ ପିରିୟଡ଼ରେ ତଥା ସାମ୍ପ୍ରତିକ ସମୟରେ ମୋବାଇଲ କଲ ଓ ସୋସିଆଲ ମିଡ଼ିଆ ହିଁ ଲୋକଙ୍କର ଯୋଗାଯୋଗର ବାଟ ହୋଇ ରହିଛି । ଏହା ନ ଥିଲେ ସବୁକିଛି ଅସୁବିଧାର ସମ୍ମୁଖୀନ ହୋଇଥାନ୍ତା । ଲୋକେ ହୀନସ୍ତା ହୋଇଥାନ୍ତେ । ଲକ ଡାଉନର ଏହି ଅବଧି ମଧ୍ୟରେ ଅନେକ ଲୋକଙ୍କର ମୋବାଇଲ ଓ ନେଟ ପ୍ୟାକ ସରି ସେବା ବନ୍ଦ ହୋଇ ସାଇଲାଣି । ଫୋନ କାମ ନ କରିବା ଯୋଗୁଁ ସେହି ପରିବାରମାନେ ବହୁ ଅସୁବିଧାରେ ପଡୁଛନ୍ତି । ସେମାନଙ୍କୁ ତୁରନ୍ତ କେନ୍ଦ୍ର ସରକାର ଏବଂ ଟ୍ରାଇ ନିଷ୍ପତ୍ତି ନେଇ ଦେଶର ସବୁ ଟେଲିକମ ଉପଭୋକ୍ତାଙ୍କର ଫୋନ କଲ ଓ ନେଟ ପ୍ୟାକ ଆଗାମୀ ୬ ମାସ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମୁକ୍ତ କରିବାକୁ ପ୍ରଧାନମନ୍ତ୍ରୀ, ଟେଲିକମ୍ୟୁନିକେଶନ ମନ୍ତ୍ରୀ ଏବଂ ଟେଲିକମ ରେଗୁଲେଟରି କର୍ତ୍ତୃପକ୍ଷ ଅଫ ଇଣ୍ଡିଆକୁ ଚିଠି ଲେଖି ସିପିଆଇ(ଏମ-ଏଲ)ର ରାଜ୍ୟ ସମ୍ପାଦକ ଶିବରାମ, ଜିଲ୍ଲା ସଂପାଦକ ଶଙ୍କର ସାହୁ ଅନୁରୋଧ କରିଛନ୍ତି ବୋଲି ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା