ମୋବାଇଲ ଦୋକାନ ଓ ଜନ ସେବା କେନ୍ଦ୍ର ସିଲ୍…

ଭଞ୍ଜନଗର/ଜଗନ୍ନାଥପ୍ରସାଦ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ୧୯ ଘଣ୍ଟିଆ ସଟଡାଉନ ନିୟମକୁ ଭାଙ୍ଗି ଜଗନ୍ନାଥପ୍ରସାଦ ମୁଖ୍ୟ ରାସ୍ତା କଡରେ ଥିବା ଏକ ଜନ ସେବା କେନ୍ଦ୍ର ଓ ମୋବାଇଲ ଦୋକାନକୁ ତହସିଲ ପକ୍ଷରୁ ସମ୍ପୂର୍ଣ୍ଣ ସିଲ୍ କରି ଦିଆଯାଇଛି । ଏଥିସହ ନିୟମ ଉଲଂଘନ କାରୀମାନଙ୍କ ଠାରୁ ୭୨୦୦ ଟଙ୍କା ଜରିମାନା ଆଦାୟ ହୋଇଛି । ସୂଚନା ଅନୁଯାୟୀ ଉଭୟ ସ୍ଥାନରେ ଭିଡ଼ ପରିଲକ୍ଷିତ ହେଉଥିବା ଖବର ପାଇ ତହସିଲଦାର ବାସୁଦେବ ପାଣ୍ଡେ ଓ ଅତିରିକ୍ତ ତହସିଲଦାର ବାରିଆଲ୍ ମୁର୍ମୁ, ବରିଷ୍ଠ କିରାଣୀ ଅକ୍ଷୟ କୁମାର ପାତ୍ର ଓ ଜଗନ୍ନାଥ ପ୍ରଶାଦ ପୋଲିସ ଅତର୍କିତ ଭାବେ ଚଢ଼ାଉ କରିଥିଲେ ।

ରିପୋର୍ଟ – ନିଲୁ ବିଷୋୟୀ