


ବ୍ରହ୍ମପୁର(ସମୃଦ୍ଧ ଓଡିଶା) ଛତ୍ରପୁର ନିର୍ବାଚନ ମଣ୍ଡଳୀ ହେଉଛି ମୋର ଜନ୍ମଭୂମି, ମୋର ଜନ୍ମଭୂମି ଛତ୍ରପୁର ପାଇଁ କିଛି କରିବାକୁ ଚାହୁଁଛି । ତେଣୁ ମୋର ଅଭିଳାଷକୁ ସଫଳ କରିବା ପାଇଁ କଂଗ୍ରେସକୁ ଭୋଟ ଦିଅନ୍ତୁ ବୋଲି ଭୋଟ ଭିକ୍ଷା କଲେ କଂଗ୍ରେସ ସାଂସଦ ପ୍ରାର୍ଥୀ ଚନ୍ଦ୍ରଶେଖର ନାଇଡୁ । ସେ ନିର୍ବାଚନ ମଣ୍ଡଳୀରେ ନୁଆଁ ପ୍ରାର୍ଥୀ ହୋଇଥିଲେ ମଧ୍ୟ ନିର୍ଵାଚନ ମଣ୍ଡଳୀ ଯେହେତୁ ତାଙ୍କର ଜନ୍ମ ଭୂମି ସେଥିପାଇଁ ସେ କିଛି ଲୋକହିତକର କାର୍ଯ୍ୟ ତଥା ଲୋକଙ୍କୁ ସେବା କାରିବାକୁ ଚାହୁଁଛନ୍ତି । ସେଥିପାଇଁ ସେ ଭୋଟ ଭିକ୍ଷା କରୁଛନ୍ତି । ଏହାକୁ ପାଥେୟ କରି ସେ ତାଙ୍କର ପ୍ରଚାର ଲୋକଙ୍କ ପାଖରେ ପହଁଚାଉଛନ୍ତି । ପ୍ରଚାର ବେଶ ପ୍ରସାର କରି ଚାଲିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


