ମୌଳିକ ଅଧିକାର ପାଇଁ ପ୍ରତ୍ୟେକ ନାଗରିକଙ୍କୁ ଶିକ୍ଷିତ କରାଇବା ଇଗ୍ନୋର ଲକ୍ଷ୍ୟ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମ୍ବିଧାନର ପ୍ରାକ୍ କଥନୀରେ ଶିକ୍ଷାକୁ ମୌଳିକ ଅଧିକାର ଭାବେ ଗ୍ରହଣ କରାଯାଇଥିବା ବେଳେ ତାହା ଠିକ ଭାବେ ପରିସ୍ଫୁଟ ନ ହେବାରୁ ୧୯୮୫ ମସିହାରେ ଇଗ୍ନୋ ଜନ୍ମଲାଭ କରିଥିଲା । ବର୍ତ୍ତମାନ ଓଡିଶାରେ ୩୦୦ ଇଗ୍ନୋ ଶିକ୍ଷା ଦାନ କେନ୍ଦ୍ରରେ ଶିକ୍ଷାଲାଭ ଦିଆଯାଉଥିବା ବେଳେ ବାଲେଶ୍ୱର ଜିଲାରେ ବାଲେଶ୍ୱରର ଫକିମୋହନ ମହାବିଦ୍ୟାଳୟ, ଜଳେଶ୍ୱରରେ ଦୀନକୃଷ୍ଣ ମହାବିଦ୍ୟାଳୟ ଓ ଖଇରା ମହାବିଦ୍ୟଳୟରେ ଏପରି ବ୍ୟବସ୍ଥା ରହିଛି । ଏଥିରେ ରିନାସାର ସଂଯୋଜକ ଗୌରୀଶଂକର ମିଶ୍ର ଯୋଗ ଦେଇ ଇଗ୍ନୋ ଜନସାଧାରଙ୍କ ନିକଟରେ ପହଞ୍ଚିବାର ଲକ୍ଷ୍ୟ ରଖିଛି । ହରିଜନ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ବିନା ଅର୍ଥରେ ଶିକ୍ଷାଦାନର ବ୍ୟବସ୍ଥା କରାଯାଇଥିଲା ବେଳେ ଅବିସି ଛାତ୍ରଛାତ୍ରୀଙ୍କ ପାଇଁ ୫୦% ରହାତି ଥିବା ଏବଂ ଅନ୍ୟ ମାନଙ୍କ ଶିକ୍ଷା ଲାଗି ସର୍ବ ନିମ୍ନ ୧୧ଶହ ଟଙ୍କାରୁ ୮୪୦୦ ଟଙ୍କା ପର୍ଯ୍ୟନ୍ତ ଦେୟ ଦେବାକୁ ପଡୁଥିବାର କହିଥିଲେ । ଏଥିରେ ଦୀନକୃଷ୍ଣ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ରମେଶ ଚନ୍ଦ୍ର ରାଉତ ଦୀନକୃଷ୍ଣ କଲେଜରେ ଥିବା ଇଗ୍ନୋ ୧୩ ବର୍ଷ ଧରି ନିରବଛିନ୍ନ ସେବା ଯୋଗାଇ ନେଇ ଆସୁଥିବା ସଂପର୍କରେ କହିଥିଲେ । ଏଠାରେ ୬ଟି ବିଷୟରେ ପିଜି ସହିତ ମୋଟ ୧୯ଟି ବିଷୟରେ ଶିକ୍ଷା ଦିଆଯାଉଥିବା ଏଠାରେ ୯୦୦ ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣ କରୁଛନ୍ତି ବୋଲି କହିଥିଲେ । ବାଲେଶ୍ୱର ଜିଲାରେ ଥିବା ୩ଟି ଇଗ୍ନୋ ଶିକ୍ଷକେନ୍ଦ୍ରର ଦାୟିତ୍ୱ ନେଇଥିବା ନୀଳଗିରିର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜନମଂଗଳର ଅଧ୍ୟକ୍ଷା ଜ୍ୟୋତ୍ସାରାଣୀ ଦାସ, ସଂଯୋଜିକା ସୁପ୍ରଭା ଦାସ ପ୍ରମୁଖ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଗ୍ରାମାଂଚଳର ସାଧାରଣବର୍ଗ ଛାତ୍ରଛାତ୍ରୀ ସେମାନଙ୍କ ପଂଚାୟତ ପ୍ରତିନିଧିଙ୍କ ଠାରୁ ସେମାନଙ୍କର ସ୍ଥାୟୀ ବାସସ୍ଥାନର ପ୍ରମାଣପତ୍ର ଆଣିଲେ ୫୦% ଫି ଛାଡ ହେବ ବୋଲି କହିଥିଲେ । ଦୀନକୃଷ୍ଣ କଲେଜର ଇଗ୍ନୋକେନ୍ଦ୍ର ସଂଯୋଜକ ଡ. ରବିନାରାୟଣ ଶାସମଲ ଅପହଞ୍ଚ ସ୍ଥାନରେ ଶିକ୍ଷା ପହଞ୍ଚିବା ପାଇଁ ଇଗ୍ନୋ କାର୍ଯ୍ୟ କରୁଛି ବୋଲି କହିଥିଲେ ଓ ପରେ ଧନ୍ୟବାଦ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇଗ୍ନୋର ବରିଷ୍ଠ ସହଯୋଗୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପରିଚାଳନାରେ ସହଯୋଗ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା