ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅଂଚଳରେ ଜଳେଶ୍ୱର ମ୍ୟନିସିପାଲଟି ବ୍ୟବସାୟିକ ପେଣ୍ଠ ହୋଇଥିବାରୁ ଜନଗହଳି ହୋଇ ଆସୁଛି । ମହାମାରୀ କରୋନା ଯୋଗୁଁ ଲକ୍ଡାଉନ୍ ହୋଇଥିବାରୁ ସକାଳ ୬ଟାରୁ ୧୧ଟା ଯାଏ ସରକାରଙ୍କ ନିତୀୟନିୟମ ଅନୁଯାୟୀ ବଜାରକୁ ଆସିବାଳ ଦୋକାନବଜାର ଖୋଲାହେବା ଇତ୍ୟାଦି ମାଇକ୍ ଯୋଗେ ସଚେତନ କରାଯାଉଛି । ଏହା ବ୍ୟତିତ ମ୍ୟୁନିସିପାଲଟିର କେତେକ ଏସ୍ଏଚଜି ଗ୍ରୁପ ନିଜ ଅଂଚଳରେ ମ୍ୟୁନିସିପାଲଟି ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସଚେତନତା ସୃଷ୍ଟି କରୁଛନ୍ତି । ଏପରିକି ଅନ୍ୟ ରାଜ୍ୟର ଦାଦନ ଶ୍ରମିକ ଓଡିଶାକୁ ପ୍ରବେଶପରେ ସେମାନଙ୍କୁ ୨ଟି କଲ୍ୟାଣ ମଣ୍ଡପରେ ୬୩ଜଣଙ୍କୁ ରଖାଯାଇଥିବା ବେଳେ ସେମାନଙ୍କୁ ସଚେତନ କରାଇବା ଓ କେତେକ ଖାଦ୍ୟଦ୍ରବ୍ୟର ବ୍ୟବସ୍ଥା କରୁଛନ୍ତି । ଆଜି ପୌରଅଧିକାରୀ ଅଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶରେ ଦମକଳ କେନ୍ଦ୍ରର ଅଧିକାରୀ ପ୍ରକାଶ ଚନ୍ଦ୍ର ମୁଦୁଲି, ମୁଖ୍ୟ ଆଗ୍ନିକ ହରେରାମ ମଣ୍ଡଳ, ଅଜିତ୍ ପ୍ରଧାନ, ବିଶ୍ୱରଂଜନ ରାଉତ , ଦୁର୍ଗା ହାଁସଦା, ଅଲେଖ ନାୟକ, ଗାଡିଚାଳକ ପ୍ରଶାନ୍ତ ସାହୁ ପ୍ରମୁଖ ଜଳେଶ୍ୱରର ବଡବଜାର, ଷ୍ଟେସନ ବଜାର, ନୂଆବଜାର, ଥାନା, ଷ୍ଟେସନ, ଡାକ୍ତରଖାନା ଓ କଲ୍ୟାଣମଣ୍ଡପ ଗୁଡିକରେ ବ୍ଲିଚିଂ ସ୍ପ୍ରେ କରାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା