

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅବା ଏନଏସିକୁ ମ୍ୟୁନିସିପାଲିଟିରେ ପରିଣତ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ଦସ୍ତାବିଜ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି । ଠିକ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସଠିକ ନିର୍ଣ୍ଣୟ ନିଆଯିବ ବୋଲି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ କହିଛନ୍ତି । ଛତ୍ରପୁର ଏନ୍ଏସି ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ଅବସରରେ ୪ଟି ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଉଦଘାଟନ କରିବା ଅବସରରେ ସେ ଏହା କହିଛନ୍ତି । ଛତ୍ରପୁର ସହରର ଡିଆରଡିଏ କାର୍ଯ୍ୟାଳୟ ପାର୍ଶ୍ୱରେ ୨୫ ଲକ୍ଷ ଟଙ୍କା ବ୍ୟୟରେ, ପୋଲିସ ପ୍ୟାରେଡ ପଡ଼ିଆର ଦୁଇ ପାର୍ଶ୍ଵରେ ୧୨ ଲକ୍ଷ ଟଙ୍କା ବ୍ୟୟରେ, ସର୍କିଟ ହାଉସ ନିକଟରେ ସାଢେ ୩ ଲକ୍ଷଟଙ୍କା ବ୍ୟୟରେ ଓ ଷ୍ଟେସନ ରୋଡ ମେଟା ସାହି ନିକଟରେ ୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପ୍ରମୁଖ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଛତ୍ରପୁର ବ୍ଳକ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡୀ, ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ. ଗଣେଶ ବାବୁ ଏବଂ ପୂର୍ବତନ କାଉନସିଲରଗଣ ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା





