

ରାଇରଙ୍ଗପୁର (ସମୃଦ୍ଧ ଓଡିଶା) ମୟୁରଭଞ୍ଜ ଜିଲ୍ଲା ଶୌଣ୍ଡିକ ସମାଜ ସାଧାରଣ ଅଧିବେଶନ ଗତ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରାଇରଙ୍ଗପୁର ମହୁଲଡିହା ଠାରେ ସଭାପତି ମହେନ୍ଦ୍ର ନାଥ ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଥିଲା । ଏଥିରେ ଓଡିଶା ରାଜ୍ୟ ଶୌଣ୍ଡିକ ସମାଜର ସଭାପତି ପ୍ରଭାକର ସାହୁ, ଯୁବ ସଭାପତି ମନୋଜ କୁମାର ସାହୁ, ବିବାହ କମିଟିର ସଭାପତି ସୁଧୀରକାନ୍ତ ସାହୁ ମଞ୍ଚାସିନ ରହିଥିଲେ । ସାଧାରଣ ଅଧିବେଶନରେ କୋଷାଧ୍ୟକ୍ଷ ଦୀନେଶ କୁମାର ସାହୁ, ଯୁଗ୍ମ ସମ୍ପାଦକ ଭାବେ ଗୌତମ ମଣ୍ଡଳ ମନୋନୀତ ହୋଇଥିଲେ । ସମାଜକୁ କିପରି ସୁସଙ୍ଗଠିତ ଭାବେ ଆଗେଇନେବା, ସମାଜ ସଂସ୍କାର କାର୍ଯ୍ୟକ୍ରମ ସମାଜ କଲ୍ୟାଣ କାର୍ଯ୍ୟକ୍ରମ ଉନ୍ନୟନ ମୂଳକ ଓ ଆଦର୍ଶଜନିତ କାର୍ଯ୍ୟକ୍ରମ ଉପରେ ରାଜ୍ୟ କର୍ମକର୍ତ୍ତାବୃନ୍ଦ ବିଶଦ ଆଲୋଚନା କରି ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଉପେନ୍ଦ୍ର ମଣ୍ଡଳ, ସୁବାଷ ମଣ୍ଡଳ, ବୁଦ୍ଧିମାନ ମଣ୍ଡଳ, ଜାମଦାର ସୁବାଷ ଚନ୍ଦ୍ର ମଣ୍ଡଳ, ଓମପ୍ରିୟା ମଣ୍ଡଳ, ବୃଷ୍ଟିବଡ଼ଜା ମଣ୍ଡଳ ପ୍ରମୁଖ ଆଲୋଚନାରେ ସାମିଲ ହୋଇଥିଲେ । ଏହି ଅବସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା