‘ଯା ଦେବୀ ସର୍ଵଭୂତେଷୁ’ଶାରଦୀୟ ସାଂସ୍କୃତିକ ଉତ୍ସବରେ ‘ସମୃଦ୍ଧ ଓଡିଶା’ ସାମ୍ବାଦିକ ନିମାଇଁ ପଣ୍ଡା ସମ୍ମାନୀତ

ବ୍ରହ୍ମପୁର(ସମୃଦ୍ଧଓଡିଶା) ‘ଯା ଦେବୀ ସର୍ଵଭୂତେଷୁ’ ଶାରଦୀୟ ସାଂସ୍କୃତିକ ଉତ୍ସବରେ ‘ସମୃଦ୍ଧ ଓଡିଶା’ ସାମ୍ବାଦିକ ନିମାଇଁ ଚରଣ ପଣ୍ଡା ସମ୍ମାନୀତ ହୋଇଛନ୍ତି l ଡ଼ାଇମଣ୍ଡ ଜୁବଲି ଟାଉନ ହଲ ଠାରେ ଅନ୍ଵେଷା କଳାକେନ୍ଦ୍ର ତରଫରୁ ଶାରଦୀୟ ସାଂସ୍କୃତିକ ଉତ୍ସବ ‘ଯା ଦେବୀ ସର୍ଵଭୂତେଷୁ ‘ ଅନୁଷ୍ଠିତ ହୋଇ ଥିଲା  l ଅନ୍ଵେଷା କଳା କେନ୍ଦ୍ରର ନିର୍ଦ୍ଦେଶିକା ଉଷାରଣୀ ମହାପାତ୍ରଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଯୋଗ ଦେଇ ଥିବା ବେଳେ ବିଶିଷ୍ଠ ଅତିଥି ଭାବେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ଡ ବିପ୍ରଚରଣ ଭୂୟାଁ, ନାଳନ୍ଦାଶ୍ରୀ କଲେଜର ଅଧ୍ୟକ୍ଷ କାଳୀ ଚରଣ ସାହୁ ଏବଂ ରାଜ କୁମାର ପୃଷ୍ଟି ଯୋଗ ଦେଇଥିଲେ l  ସସ୍ମିତା ସାହୁ ଏବଂ ଗୀତାଞ୍ଜଳି ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଦିନବେଳା ଛାତ୍ର /ଛାତ୍ରୀ ମାନଙ୍କ ମଧ୍ୟରେ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିବା ବେଳେ ସନ୍ଧ୍ୟାରେ ଶାରଦୀୟ ସଂଗୀତକୁ ଭିତ୍ତିକରି ଦଳଗତ ନୃତ୍ୟ ସାଙ୍ଗଜୁ ବିଭିନ୍ନ କ୍ଷେତ୍ରରେ ଖ୍ୟାତ ଅର୍ଜନ କରିଥିବା ୨୧ ଜଣ ମହିଳା, ୧୧ ଜଣ ଶିଶୁ କଳାକାରଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l ପୁରୁଷ ମାନଙ୍କ ମଧ୍ୟରେ ଜ଼ିଲ୍ଲା ସାମ୍ବାଦିକ ସଙ୍ଘ , ଗଞ୍ଜାମ ସଭାପତି ସୁଦିପ କୁମାର୍ ସାହୁ, ବ୍ରହ୍ମପୁର ପ୍ରେସ କ୍ଲବ୍ ସଭାପତି ଅଶୋକ ବ୍ରହ୍ମା, ‘ସମୃଦ୍ଧ ଓଡ଼ିଶା’ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା , ନାଟ୍ୟକାର ଡ.ମିହିର କୁମାର ତ୍ରିପାଠୀ, ବ୍ୟବସାୟୀ ରାଜ କୁମାରଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l ଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଛତ୍ରପୁରର ନୃତ୍ୟଶିଳ୍ପୀ ରାମେଶ୍ୱର ପଣ୍ଡାଙ୍କ ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କ ଗୀତର ତାଳେ ତାଳେ ନୃତ୍ୟ ବେଶ ମନଛୁଆଁ ଥିଲା । ଲିଲି ମହାରଣା, ପ୍ରତିମା ନାୟକ ଓ ସନ୍ତୋଷ ତ୍ରିପାଠୀ ସାଂସ୍କୃତିକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା 

Leave a Reply

Your email address will not be published. Required fields are marked *