ଯାଜପୁର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ତଥା ବିଜେଡ଼ିର ବରିଷ୍ଠ ନେତା ଆଲୋକ ବେହେରାଙ୍କ କଂଗ୍ରେସରେ ଯୋଗଦାନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଯାଜପୁର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡ଼ି ନେତା ଆଲୋକ ବେହେରା ଆଜି କଂଗ୍ରେସ ଭବନରେ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଓ ତେଲେଙ୍ଗାନା ପ୍ରଭାରୀ ତଥା ଏଆସିସିର ସାଧାରଣ ସଂପାଦକ ତଥା ବିଶିଷ୍ଟ ଶ୍ରମିକ ନେତା ପୂର୍ବତନ ରାଜ୍ୟସଭା ସାଂସଦ ଡ. ରାମଚନ୍ଦ୍ର ଖୁଂଟିଆଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ଆନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି ଶ୍ରୀଯୁକ୍ତ ପଟ୍ଟନାୟକ ଓ ଶ୍ରୀଯୁକ୍ତ ଖୁଂଟିଆ ଶ୍ରୀ ବେହେରା ଓ ତାଙ୍କର ଶତାଧିକ ସମର୍ଥକମାନଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରିଥିଲେ । ଶ୍ରୀଯୁକ୍ତ ବେହେରା କଂଗ୍ରେସରେ ଯୋଗଦେବା ଦ୍ୱାରା ଯାଜପୁରରେ କଂଗ୍ରେସର ସ୍ଥିତି ମଜବୁତ ହେବ ବୋଲି ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଉଲ୍ଲେଖ କରିବା ସହ ବିଜେଡ଼ି ଓ ବିଜେପି ଦଳ ଷୀ, ନାମମାତ୍ର ଷୀ ଓ ଭାଗଷୀମାନଙ୍କୁ କାଳିଆ ଯୋଜନା ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଯେଉଁ ଭେଳିକି ଦେଖାଇ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ଯେଉଁ ଅପଚେଷ୍ଟା କରୁଛନ୍ତି ତାହା ଆଦୌ ସଫଳ ହେବ ନାହିଁ । ଏ. ଆଇ.ସି.ସି. ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମସ୍ତ କୃଷକମାନଙ୍କୁ ଋଣଛାଡ଼, ଧାନର ଏମ୍.ଏସ୍.ପି ୨୬୦୦ ଟଙ୍କାକୁ ବୃୃଦ୍ଧି, ୫ବର୍ଷ ପାଇଁ ବେ ରୋଜଗାରୀଙ୍କୁ ଭତା ଓ ସର୍ବନିମ୍ନ ରୋଜଗାର ଗ୍ୟାରେଂଟି ଘୋଷଣା କରିଥିବାରୁ ବିଜେଡ଼ି ଓ ବିଜେପିର ନେତୃବୃନ୍ଦ ଛାନିଆ ହୋଇ ଗୋଟିଏ ପରେ ଗୋଟିଏ ନୂଆ ଯୋଜନା ଘୋଷଣା କରିବା ଧର୍ମକୁ ଆଖିଠାର ସଦୃଶ ହୋଇଛି । ତୃଣମୂଳ ସ୍ତରରେ କଂଗ୍ରେସର କର୍ମୀମାନେ ଗ୍ରାମାଂଚଳରେ ରାହୁଲଜୀଙ୍କ ଘୋଷଣାକୁ ପ୍ରଚାର ପ୍ରସାର କରାଇବା ପାଇଁ ଆହ୍ୱାନ କରିଥିଲେ । ଏଆଇସିସିର ସାଧାରଣ ସଂପାଦକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ରାମଚନ୍ଦ୍ର ଖୁଂଟିଆ କେନ୍ଦ୍ର ଓ ରାଜ୍ୟ ସରକାର ସବୁବେଳେ ଯାଜପୁରକୁ ଅବହେଳା କରିବା ସହ ଯାଜପୁର ରୋଡ଼ ରେଳଷ୍ଟେସନର ଉନ୍ନତି ଓ ଯାଜପୁର ଆରଡ଼ି ଦେଇ ଧାମରାକୁ ରେଳ ସଂଯୋଗ କ୍ଷେତ୍ରରେ ବୈମାତୃକ ମନୋଭାବ ପ୍ରଦର୍ଶନ କରୁଛନ୍ତି ବୋଲି କହିଥିଲେ । ରାଜ୍ୟ ଓ କେନ୍ଦ୍ରରେ କଂଗ୍ରେସ ସରକାର ପ୍ରତିଷ୍ଠିତ ହେଲେ ଯାଜପୁର ନିଶ୍ଚିତ ଭାବେ ରେଳସଂଯୋଗ କରାଯିବ ବୋଲି ସେ ପ୍ରକାଶ କରିଥିଲେ । ଭୁବନେଶ୍ୱର, କଟକ, ଯାଜପୁରରୋଡ଼, ବାଲେଶ୍ୱର, ଭଦ୍ରକ ପ୍ରଭୃତି ରେଳଷ୍ଟେସନକୁ ବିଶିଷ୍ଟ ଜନନାୟକଙ୍କ ନାମରେ ନାମିତ କରିବାକୁ ଶ୍ରୀଯୁକ୍ତ ଖୁଂଟିଆ ଆହ୍ୱାନ ଦେଇଥିଲେ । ଏହି ମିଶ୍ରଣ ପର୍ବରେ ପିସିସି ଉପସଭାପତି ତଥା ଯାଜପୁର ଜିଲ୍ଲା ପର୍ଯ୍ୟବେକ୍ଷକ ବରିଷ୍ଠ ଆଇନଜୀବି ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ପିସିସି ମିଡିଆ ସେଲର ଅଧ୍ୟକ୍ଷ ଶ୍ରୀ ସତ୍ୟପ୍ରକାଶ ନାୟକ, ପିସିସି ମୁଖପାତ୍ର ହିମାଂଶୁ ଲେଙ୍କା, ପଦ୍ମାକର ଗୁରୁ, ୨୦୧୪ ଯାଜପୁର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ତଥା ପିସିସି କୋର କମିଟି ସଦସ୍ୟ ସନ୍ତୋଷ କୁମାର ନନ୍ଦ, ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ସମବାୟ ସେଲ ଅଧ୍ୟକ୍ଷ ଦିଗମ୍ବର କର, ପିସିସି ସଂପାଦକ ଭାସ୍କର ମହାନ୍ତି, ସୁଶାନ୍ତ କୁମାର ତ୍ରିପାଠୀ, ବିଳାସ କୁମାର ରାଉତରାୟ, ବିଭୁତି ମହାପାତ୍ର, ରାଜ୍ୟ ମହିଳା କଂଗ୍ରେସ ଉପସଭାପତି ଆରତୀ ସ୍ୱାଇଁ, ସାଧାରଣ ସଂପାଦିକା ରଞ୍ଜିତା ରାଉତ, ପ୍ରଚାର କମିଟି ସଦସ୍ୟା ଦିପ୍ତି ମିଶ୍ର, କଂଗ୍ରେସ ନେତା ଶ୍ୟାମସୁନ୍ଦର କର, ଯାଜପୁର ନଗର କଂଗ୍ରେସ ସଭାପତି ନାରାୟଣ ସାମନ୍ତ, ସରପଂଚ ଇନ୍ଦ୍ରଜିତ୍ ଦାସ, ଗଣେଶ୍ୱର ଦାସ, ଯାଜପୁର ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସଂପାଦକ ହୃଷିକେଶ ପତି, ଅକ୍ଷୟ ସତପଥି, ସଂପାଦକ ତଥାଗତ ନାୟକ, କଂଗ୍ରେସ ନେତା ସୁରେନ୍ଦ୍ର ପଣ୍ଡା,ବିଦ୍ୟାଧର ବାରିକ, ରଘୁନାଥ ସାହୁ, ନିତାଇଚାନ୍ଦ ମହାନ୍ତି, ପୟୋଧର ରାୟ ପ୍ରମୁଖ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ଶ୍ରୀଯୁକ୍ତ ବେହେରାଙ୍କୁ ସ୍ୱାଗତ କରିଥିଲେ । ଯାଜପୁର ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ବଳଭଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଆକାଶ ମିଶ୍ର