ଯାଞ୍ଚ କଡାକଡି କଲା ପ୍ରଶାସନ : କୋଚିଂ ସେଣ୍ଟର ଓ ଲୁଗା ଦୋକାନ ଉପରେ ଚଢ଼ାଉ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଜିଲ୍ଲାରେ ସମ୍ଭାବ୍ୟ କୋରନା ସଂକ୍ରମଣ ଆଶଙ୍କାରେ ଜିଲ୍ଲାପାଳ ଜୁନ ୩୦ ଯାଇ ଗଂଜାମ ଜିଲ୍ଲାକୁ ସଟଡାଉନ ଘୋଷଣା କରିଛନ୍ତି । ସଟଡାଉନ ସତ୍ୱେ ବହୁ ଦୋକାନୀ ନିୟମ ଉଲଘଂନ କରି ଦୋକାନ ଖୋଲିବା ସହ ଅମାନିଆ ମାନେ ରାସ୍ତା ଉପରେ ନିର୍ଭରରେ ଗାଡି ମୋଟର ଚାଲାଉଛନ୍ତି । ଫଳରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ତହସିଲଦାର ଆଲୋକ କୁମାର ପ୍ରଧାନ, ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ଉପଖଣ୍ଡ ପଂଚାୟତ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ ଓ ଏନ.ଏ.ସି କର୍ମଚାରୀ ମାନେ ସହରକୁ ସଂଯୋଗ କରୁଥିବା ବିଭିନ୍ନ ଛକ ନିକଟରେ ରାସ୍ତା ବ୍ଳକ କରି ଅମାନିଆ ଲୋକ ମାନଙ୍କୁ ସାବାଡ଼ କରିବା ସହ ମୋଟା ଅଙ୍କର ଜରିମାନା ଆଦାୟ କରିଛନ୍ତି । ସେହିପରି କଟକଣା ଜାରି ସ୍ୱତେ ଜଣେ ଶିକ୍ଷୟତ୍ରୀ ଲଣ୍ଡେଇ ସାହିରେ କୋଚିଂ ସେଣ୍ଟର ଚଲାଉଥିବା ଖବର ପାଇ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ଉଭୟ ଶିକ୍ଷୟତ୍ରୀ ଓ ଅଭିଭାବକଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିବା ଜଣାପଡିଛି । କଟକଣା ସ୍ୱତେ କିଛି ଦୋକାନୀ ବାହାର କବାଟ ବନ୍ଦ କରି ବ୍ୟବସାୟ କରୁଥିବା ବେଳେ ଏନ.ଏ. ସି ପକ୍ଷରୁ ଚଢ଼ାଉ କରାଯାଇ ୪ଦୋକାନୀଙ୍କ ଠାରୁ ୬ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ପ୍ରକାଶ ଯେ ଜୁନ ୩୦ ତାରିଖ ଯାଏଁ କେବଳ ପନିପରିବା, ରାଶନ ସାମଗ୍ରୀ ଏବଂ ଔଷଧ ଦୋକାନକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ପ୍ରକାର ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ଏ ସବୁ ଦୋକାନ ସକାଳ ୭ରୁ ମଧ୍ୟାହ୍ନ ୧୨ଟା ଯାଏଁ ଖୋଲା ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । କିନ୍ତୁ କିଛି ଅମାନିଆ ବିଭିନ୍ନ ଆଳରେ ବଜାର ଓ ଏଣେ ତେଣେ ଯାତାୟାତ କରୁଥିବାରୁ ଆଗାମୀ ଦିନରେ ମଧ୍ୟ ଏହି ପରି ଅମାନିଆ ଧରପଗଡ଼ ଜାରି ରହିବ ବୋଲି କୁହାଯାଇଛି ।

ରିପୋର୍ଟ – ନିଲୁ ବିଷୋୟୀ