ଦିନେ ହେଉଥିଲା ଏକ ବୈଠକ, ପ୍ରଧାନମନ୍ତ୍ରୀ ପାଇଁ କିଏ ସାର୍ଥକ । ଆସିଥିଲେ ସବୁ ଦଳ ପ୍ରମୁଖ, ପଛରେ ନଥିଲେ ସଭ୍ୟ ଆବଶ୍ୟକ । ମାତ୍ର ଦିନଟେ ବି ହେଲେ ପ୍ରଧାନମନ୍ତ୍ରୀ, ପାଠରେ ପିଲାଏ ପଢ଼ିବେ ନିତି । ଏମିତି ସୁଯୋଗ କିଏ ଛାଡ଼ିବ, ଥରେ ହେଲେ ବି ଗାଦୀରେ ବସିବ । ନହେଲେ ରହିଯିବ ଅବଶୋଷ, ଆଉ କେବେ ବି ନ ମରିବ ଶୋଷ । ଆସିଥିଲେ ୨ ବୃଦ୍ଧ ଜରଦଗବ, ପ୍ରଧାନମନ୍ତ୍ରୀ ସିଏ ଅଵଶ୍ୟ ହେବ । ଆସିଥିଲେ ଶରଦ ପାୱାର, ଯଦିବା ଡିମ୍ ହୋଇଲାଣି ସାୱାର । ଧାଇଁ ଆସିଥିଲେ ଲାଲୁ ଯାଦବ, କାଳେ ତାଙ୍କ ଭାଗ ଆଗେ ପଡ଼ିଯିବ । ଦୁହିଁଙ୍କର ଗୋଟେ ଗୋଡ଼ ସିଆଡେ, ତଥାପି ମନ ବଳାନ୍ତି ଇଆଡ଼େ । ଆନ୍ଧ୍ରର ନାଇଡୁ ଚନ୍ଦ୍ରଵାଵୁ, ଦେଶରେ ତାଙ୍କର ଏବେ ନାହଁତ କାବୁ । ବଙ୍ଗଳା ବାଘୁଣୀ ଦିଦି ମମତା, ଗୋଆରେ ଚାଲିଲାନି ତାଙ୍କ କ୍ଷମତା । ପୁରୁଣା ରାଜକୁମାର ରାଗା, ତାଙ୍କ କଥା କହିପାରିବେ କେବଳ ଜଗା ! ଓଡ଼ିଶା ପଟ୍ଟନାୟକ ନବୀନ, ସିଏ ତ ଗଭୀର ଜଳର ମୀନ । ଏବେ ତ ଦୌଡ଼ରେ ନାହାଁନ୍ତି ସିଏ, କେବେ ମନହେଵ କହିବ କିଏ ? ଯୋଗୀ ଆଦିତ୍ୟ ନାଥ, ଶିବରାଜ, ଭବିଷ୍ୟତ ପାଇଁ ହୁଅନ୍ତି ସଜବାଜ । ଷ୍ଟାଲିନ, କେସିଆର, ପି.ଵିଜୟନ, ଅଧୁନା ଇଆଡ଼େ ନ ବଳାନ୍ତି ମନ । ନୀତିଶ, ଵାଘେଲ, ସୋରେନ, ନମିଳି ପାରେ ତାଙ୍କୁ ସମର୍ଥନ । ଗୈହେଲଟ୍, ଫାରୁକ୍, ଉଦ୍ଧବ, ଭାବନ୍ତି ଏମିତିରେ କିଛି ନାହିଁ ଭାବ । ଉତ୍ତର ପୂର୍ବ ରାଜ୍ୟଗୁଡ଼ିକର, ନାହିଁ ସେମିତି କିଛି ପ୍ରଚାର । ରହିଗଲେ ଜଣେ କେଜରିୱାଲ, କହିଲେ ଏକଥା ଭବିଷ୍ୟତରେ ଭଲ । ଏମିତି ଏମିତି ସରିଗଲା ବୈଠକ, ବାହାରି ପାରିଲାନି କିଛି ମହକ । ଗଜମୋତୀ ପାନ ଯିଏ ଖାଇଥିବ, ବିରୋଧୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇବ ।
ଜୟନ୍ତ ପଟ୍ଟନାୟକ
୯୦୯୦୧ ୯୦୦୬୯