

ଛତ୍ରପୁର (ସମୃଦ୍ଧ ଓଡିଶା) ଚମାଖଣ୍ଡି ଥାନା ଅନ୍ତର୍ଗତ ଜଗନ୍ନାଥପୁର ଛକରେ ଯାନବାହାନ ଯାଞ୍ଚ ବେଳେ ପୋଲିସ ଏକ ବାଇକରୁ ୭ ଲକ୍ଷ ଟଙ୍କା ଜବତ କରିଛି । ରବି କୁମାର ପାତ୍ର ବାଇକ ନଂ ଇଡ଼ି୦୭ଭି-୬୮୪୩ ରେ ଯାଉଥିବା ବେଳେ ସନ୍ଦେହରେ ଚମାଖଣ୍ଡି ଥାନା ପୋଲିସ ଅଟକାଇଥିଲେ । ଗାଡି ଡିକିରୁ ୭ ଲକ୍ଷ ଟଙ୍କା ଜବତ କରାଯାଇଥିଲା । ମାଛ ନେଇ ଭୁବନେଶ୍ୱରରେ ବିକ୍ରି ପରେ ସେ ଅର୍ଥ ଧରି ନରେନ୍ଦ୍ରପୁର ଫେରୁଥିଲେ ବୋଲି ରବି କୁମାର କହିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

