ଯିଏ ଯାହା ଲେଖିଲା, ଯିଏ ଯାହା ବିକିଲା !…

ଲେଖା ଆଉ ବିକା ମଧ୍ୟରେ ପର୍ଯ୍ୟବେସିତ ଆଧୁନିକ ମଣିଷ ସମାଜ
ଯେଉଁଠି ରହସ୍ୟାତ୍ମକ ଷଢ଼଼ଯନ୍ତ୍ରର ସୀମା ନାହିଁ !
ଅପ୍ରାକୃତିକ ମରୀଚିକା ଭେଦ କରିବାରେ ଅକ୍ଷମ ଅଜ୍ଞାନ ମଣିଷ ପ୍ରତି ସମୟରେ
ସଂଶୟରେ ଗତିକରି ଦୁର୍ଲଭ ଜୀବନ ଭ୍ରଷ୍ଟ କରିବାରେ ତିଳେହେଲେ ଦ୍ୱିଧା ନାହିଁ ?!!

ଆଦିମ ମନୁଷ୍ୟର ଭାବଧାରାରେ କ୍ରମ ବିକଶିତ ଜୀବନ ଶୈଳୀର ବିକାଶ ନମୁନା ଆଜିର ସଭ୍ୟ ସମାଜର ପ୍ରତିବିମ୍ବରେ ପ୍ରତିଫଳିତ ହେଉଥିବା ଏକ ସର୍ବଜ୍ଞାତ ବିଷୟ । ଏହି ବିକାଶଧାରାର ମୂଳତତ୍ୱ ଆଧାରିତ କେବଳ ଲେଖା ଆଉ ବିକା ମାଧ୍ୟମରେ ଯାହା ସାଧାରଣ ଲୋକଙ୍କ ଭାବ ବହିର୍ଭୁତ ବିଷୟ । କୌଣସି ଗୋଟିଏ ସଭ୍ୟ ମଣିଷ ସମ୍ପ୍ରଦାୟ ଗଠନ କରିବାରେ ସକ୍ଷମ ଗୋଷ୍ଠବଦ୍ଧ ମଣିଷ ସମୂହ କେବଳ ସମାଜରେ ପ୍ରଚଳିତ ଲେଖା ଏବଂ ବିଭିନ୍ନ ଦ୍ରବ୍ୟ, ବସ୍ତୁର ସମ୍ପ୍ରସାରିତ ଉପଲବ୍ଧି ଦ୍ୱାରାହିଁ ହୋଇଥାଏ, ଯାହା ସାଧାରଣରେ ଭବାନ୍ତର୍ଭୂକ୍ତ ହୋଇନଥାଏ କାହାର । କି’ନ୍ତୁ ଭଲଭାବେ ନିରୀକ୍ଷଣ କରି ଦେଖିଲେ ନିଶ୍ଚିତ ଜାଣିହେବ ଯେ ସମାଜରୁ ଲେଖା ଆଉ ବିକ୍ରି କରଯାଉଥିବା ସମସ୍ତ ଦ୍ରବ୍ୟର ଅନୁପସ୍ଥିତିରେ ମଣିଷ ସେହି ଆଦିମ, ଆଦିବାସୀ ଭଳି ହୋଇଯିବ । ଅର୍ଥାତ ସର୍ବାଦୌ ଲେଖା ଆଉ ବିକା ମଧ୍ୟରେ ସମ୍ପୂର୍ଣ୍ଣ ସଂଯୋଜିତ ସଭ୍ୟ ସମାଜର ଗତିବିଦ୍ଧି ଉପରେ ତର୍ଜମା କରାଯାଇ ଉପସ୍ଥିତ ସମୟର ପରିସ୍ଥିତି ବିଷୟରେ ଆଲୋଚନା କରାଗଲେ ଜାଣିହେବ ଯେ….. ମଣିଷର କ୍ରମ ବିକାଶଧାରାର ମଧ୍ୟ ସୋପାନରେ ଦେବଦୂତ ଭଳି ଆବିର୍ଭାବ ହୋଇଥିବା କେତେକ ଅନ୍ତର୍ଜ୍ଞାନୀ ବିଭିନ୍ନ ସାମାଜିକ, ବୈଜ୍ଞାନିକ, ମାନବିକ ଚେତନା ତଥା ସମସ୍ତ ମଣିଷଙ୍କ ସର୍ବଦିଗ ବିକାଶ କ୍ଷେତ୍ରରେ ଗବେଷଣା କରି ଅନେକ ତଥ୍ୟ ସମାଜକୁ ଦେଇଥବା ବେଳେ ସାଧାରଣ ମଣିଷଙ୍କୁ ସେଗୁଡିକ ଲିପି ମାଧ୍ୟମରେ ପ୍ରସାରିତ କରାଗଲା । ଅନୁରୂପ ବିଭିନ୍ନ ବସ୍ତୁ, ପଦାର୍ଥ ଗୁଡିଏ ବୈଜ୍ଞାନିକ ଗବେଷଣା ଦ୍ୱାରା ପ୍ରସ୍ତୁତ କରାଗଲା ଯାହାର ସମ୍ପ୍ରସାରଣ କରାଯାଇ କିଛି ବିନିମୟ ମାଧ୍ୟମରେ ଲୋକଙ୍କୁ ଉପଲବ୍ଧ କରାଗଲା । ସେହିସବୁ ଉଦ୍ଭାବିତ, ଅବିସ୍କୃତ ତତ୍ୱ, ତଥ୍ୟ ଗୁଡିକ ବ୍ୟବସାୟୀକ ପଦ୍ଧତିରେ ସାଧାରଣ ମଣିଷଙ୍କ ପାଖରେ ପହଂଚାଇବା ଲକ୍ଷ୍ୟରଖି କେତେକ ଚତୁର ମଣିଷ ସେହି ତତ୍ୱ ଗୁଡିକୁ ଲିପି ମାଧ୍ୟମରେ ଏବଂ ତଥ୍ୟ ଗୁଡିକୁ ଉତ୍ପାଦ ମାଧ୍ୟମରେ ବହୁଳ ଭାବେ ପ୍ରସ୍ତୁତ କରି କିଛି ବିନିମୟ ନେଇ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇଲେ । କାଳକ୍ରମେ ଦେଖାଗଲା ମଣିଷ ସମାଜର ସର୍ବମାଙ୍ଗଳିକ ଯୋଜନା ରଖି କରାଯାଇଥିବା ଅବିସ୍କୃତ, ଉଦ୍ଭାବିତ ତତ୍ୱ, ତଥ୍ୟ ଗୁଡିକ ବ୍ୟବସାୟ ଢଙ୍ଗରେ ଉତ୍ପାଦନ କରି ସାଧାରଣ ଲୋକଙ୍କୁ ବିକ୍ରି କରି ଯଥେଷ୍ଟ ଲାଭ ମିଳିଲା । ସେହି କ୍ରମରେ ମଣିଷ ଲୋଭାସକ୍ତ ହୋଇ ସେସବୁର ବାସ୍ତବ ଚିତ୍ର, ଚରିତ୍ରକୁ ବିଭିନ୍ନ ବ୍ୟବସାୟୀକ ଲାଭ ପ୍ରାବଲ୍ୟତା କରି ସମୟ ଏବଂ ସାଧାରଣ ଲୋକଙ୍କ ନିର୍ବୋଧତାର ସୁଯୋଗ ନେଇ ହେରଫେର କରିବା ଶିଖିଲା । ସାଧାରଣ ଲୋକେ କୌଣସି ବିଶେଷ ଜ୍ଞାନର ଆଧାରକୁ ନେଇ ସେସବୁର ବିଶ୍ଳେଷଣାତ୍ମକ ଗ୍ରହଣୀୟତାରୁ ବଂଚିତ ଥିବାବେଳେ ଚତୁର ବ୍ୟବସାୟୀକ ଗୋଷ୍ଠୀ ସେମାନଙ୍କୁ ପ୍ରତାରିତ କରି ଯଥେଷ୍ଟ ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରିବା ଦିଗରେ କୃତକାର୍ଯ୍ୟ ହେବାକୁ ଲାଗିଲେ । ଧୀରେ ଧୀରେ ସମୟ ସ୍ରୋତରେ ସେସବୁ ଏମିତି ଭୟାବହ ରୂପ ନେଲାଯେ ବର୍ତ୍ତମାନ ଉପସ୍ଥିତ ସମୟର ପରିସ୍ଥିତି ବିଶ୍ଲେଷଣ କରିବା ଏବଂ ତାହାର ଉପଯୁକ୍ତତା, ଅନୁପଯୁକ୍ତତା ଜାଣିବା କ୍ଷମତା ବିହୁନ ମଣିଷଙ୍କ ସଂଖ୍ୟା ୧୦୦ ! ନିଗୁଢ଼ ବିଚାରକୁ ନେଇ ଦେଖିଲେ ଜାଣିହେବଯେ ଆମ ପୂର୍ବଜ ତଥା ଦେଶର କେତେକ ପ୍ରତିଭାବାନ ଦାର୍ଶନିକ, ମାନବୀୟ ଚେତନା ସମ୍ପନ୍ନ ମହାନ ବ୍ୟକ୍ତିତ୍ୱ ସେହି ସମୟରେ ଯାହାସବୁ ଗବେଷଣା, ଅନୁଧ୍ୟାନ କରି କହି, ଲେଖି ଯାଇଥିଲେ ସେଗୁଡିକୁ ବୁଝି ତାହାର ପ୍ରକୃତ ମର୍ମ ଅନୁଭବ କରିପାରିବା କ୍ଷମତା କାହାର ନାହିଁ ! ଅଧିକନ୍ତୁ ଆଜି ସମୟରେ କାହାର ନିଜସ୍ୱ ଅନ୍ତର୍ଜ୍ଞାନ ନଥାଇ କେବଳ ସେଗୁଡିକୁ ଦେଖି, ପଢି ଅର୍ଥକୁ ଅନର୍ଥ କରି ଅନେକ ଲେଖକ ସେମାନଙ୍କ ମନକୁ ଯାହା ବୁଝିଲା ସେସବୁ ଏକାଠି କରି କେତେକ ଅଧ୍ୟାୟରେ ପରିଣତ ନୂତନ ପୁସ୍ତକ ଛାପି ବିକ୍ରି କରୁଥିବା ସମସ୍ତେ ଜାଣନ୍ତି । ହେଲେ ସେହି ପ୍ରସଙ୍ଗରେ ଏତେ ଅସାମଞ୍ଜସ୍ୟ ଲେଖା ମଣିଷ ସମାଜରେ ବିତରଣ ହେଲାଯେ ସେସବୁକୁ ବର୍ତ୍ତମାନ ସମୟରେ ଏକାଠି କରି ସେଗୁଡିକର ଉପଯୋଗୀତା ଉପରେ ବିଶ୍ଳେଷଣାତ୍ମକ ମତବ୍ୟକ୍ତ କରିବା ଅସମ୍ଭବ ହୋଇପଡିବ । ସମୟ ସୁଯୋଗ ଦେଖି କେତେକ ମିଥ୍ୟା ପ୍ରତିଭାଧାରୀ ଲେଖକ ସେଗୁଡିକୁ କପି କରି, ଅଧିକନ୍ତୁ ନିଜସ୍ୱ ଭାବଧାରାକୁ ରୂପାନ୍ତରିତ କରି ଅନେକ ପୁସ୍ତକ, ଆଲେଖ୍ୟ ସମାଜରେ ବିଭିନ୍ନ ଉପାୟରେ ବିତରଣ କରିବାରେ ବ୍ୟସ୍ତ ଯାହା କୌଣସି ଅନୁସନ୍ଧାନ, ଠିକଣା ନିୟାମକ ମଧ୍ୟରେ ପରିଚାଳିତ କରାଯିବା ବ୍ୟବସ୍ଥା ନାହିଁ ଆମ ଦେଶରେ । ତେଣୁ ଯିଏ ଯାହା ଲେଖିଲା ସେଗୁଡିକ ଉପରେ ଯଥେଷ୍ଟ ଆସ୍ଥା ରଖି ଗ୍ରହଣ କରୁଥିବା ନିର୍ବୋଧ ଅସଂଖ୍ୟ ସବୁବେଳେ ପରୋକ୍ଷରେ ପ୍ରତାରିତ । ଲେଖା ଗୁଡିକର ଉପଯୁକ୍ତତାକୁ ମାନ୍ୟତା ଦେଇ ସାଧାରଣ ମଣିଷର ଜ୍ଞାନ ବୃଦ୍ଧି ଦିଗରେ ସହାୟକ ହେଉଥିବା ଯଥାର୍ଥତା ନଥିବା ଲେଖାଗୁଡିକୁ ସମାଜରେ ପ୍ରଚାର, ପ୍ରସାର କରାଯିବା ପ୍ରତିବନ୍ଧକ ନରହିଲେ ଆଗାମୀ ସମୟ ବିପର୍ଜନକ ଦିଗଗାମୀ ହେବାରୁ କେହି ରକ୍ଷା କରିପାରିବେ ନାହିଁ । କାରଣ ବିଭିନ୍ନ ଲେଖା ଉପରେ ଆଧାରିତ ଆମ ସମାଜର ବିଭିନ୍ନ ଛପା ଠାରୁ ଆରମ୍ଭ କରି ଦୃଶ୍ୟ ଶ୍ରାବ୍ୟ ମାଧ୍ୟମ ଗୁଡିକ ନିର୍ଭର କେବଳ, ଯାହା ସାମାଜିକ ଚେତନା ପରିବର୍ତ୍ତେ ପଥଭ୍ରାନ୍ତ କରିବ ସମସ୍ତଙ୍କୁ, ସେଇଥିରେ ତିଳେହେଲେ ସନ୍ଦେହ ନାହିଁ । ଲେଖା ଗୁଡିକ ଉପରେ ଆଧାରିତ ଛପା ମଧ୍ୟମ ଠାରୁ ଆରମ୍ଭ କରି ଚଳଚିତ୍ର ହେଉକି ଦୂରଦର୍ଶନର କାର୍ଯ୍ୟକ୍ରମ ଗୁଡିକ କୌଣସି ତଥ୍ୟ ଭିତ୍ତିକ କିମ୍ବା ଭବିଷ୍ୟ ଜ୍ଞାନ ଉପରେ ଆଧାରିତ ନହୋଇ କେବଳ ପୂର୍ବରୁ ଘଟିଯାଇଥିବା ଘଟଣାବଳୀ କିମ୍ବା ପାଶ୍ଚାତ୍ୟ ସଭ୍ୟତାର ମନୋରଞ୍ଜନ ଶୈଳୀ ଉପରେ ଆଧାରିତ ହେଉଥିବା ଦେଖିବାକୁ ମିଳୁଛି ସବୁ କ୍ଷେତ୍ରରେ ! କେବଳ ଐତିହାସିକ ଘଟଣାବଳୀ ଗୁଡିକ ଉପରେ ଆଧାରିତ ସମସ୍ତ ଲେଖା ଦେଖିବାକୁ ମିଳୁଛି ସର୍ବତ୍ର ଯାହା ସମ୍ପୂର୍ଣ୍ଣ ଦେଶକୁ ଇତିହାସମୟ କରି ରଖିଥିବା ହେତୁ ପ୍ରଗତିର ମାତ୍ରା ଛଳନାରେ ! ଏମିତିକି କେତେକ ଲେଖା ଦ୍ୱାରା ସାମ୍ପ୍ରଦାୟୀକ ମନୋଭାବ ତଥା ଦେଶ ବିରୋଧୀ ମନ୍ତବ୍ୟ, ସହିତ ସାର୍ବର୍ଭୌମାତ୍ୱ ନଷ୍ଟ କଲାଭଳି ଚେତନା ସହିତ ପ୍ରତାରଣାପୂର୍ଣ୍ଣ ରହସ୍ୟମୟ ଚରିତ୍ର ଗୁଡିଏ ଏମିତି ମାର୍ଗରେ ବର୍ଣ୍ଣନା କରି ମଣିଷ ମନରେ ଭର୍ତ୍ତି କରାଯାଉଅଛି ଯାହା ସାଧାରଣ ମଣିଷ ସହଜରେ ବୁଝିନପାରି ସେଥିରେ ନିମଗ୍ନ ବିଭୋର ନିଜର ଜୀବନ ନଷ୍ଟ କରିବା ସହିତ ପରୋକ୍ଷରେ ରାଷ୍ଟ୍ରର କ୍ଷତି ସାଧନ କରୁଥିବା ଜାଣନ୍ତି ନାହିଁ । ତାହାଦ୍ୱାରା ସାଧାରଣ ମଣିଷଙ୍କ ଜ୍ଞାନ ବର୍ଦ୍ଧନ ବିପରୀତେ ସଂକୁଚିତ ହେଉଥିବା ନିଶ୍ଚିତତାକୁ କାହାର ଅନୁସନ୍ଧାନୀ ନିରୀକ୍ଷଣ ନଥାଇ ବରଂ ସମୟ ସହିତ ତାଳଦେଇ ଚାଲୁଥିବା ମଣିଷଙ୍କ ସଂଖ୍ୟା ୧୦୦ ! ପ୍ରୟୋଗାତ୍ମକ, ମାନବିକ ଭାବଧାରାକୁ ସଂକୁଚିତ କରାଯାଇ କେବଳ ମିଥ୍ୟା, ଅଲୌକିକ ସ୍ୱପ୍ନରେ ଭସାଇ କେତେକ ଅମଣିଷ ନିଜର ପ୍ରତିପତ୍ତି, ପ୍ରତିଭା ବିକଶିତ କରିବା ପାଇଁ ଅଜ୍ଞାନ, ନିର୍ବୋଧଙ୍କୁ ଆନନ୍ଦ ଦେବାଭଳି କେତେକ ନିଜସ୍ୱ ବିଚାର ସଂଶ୍ଲିଷ୍ଟ ମନ୍ତବ୍ୟ, ମତାମତ ଜରିଆରେ ଅନେକ ଆଲେଖ୍ୟ ସମାଜରେ ବିତରିତ କରୁଥିବା ଅତ୍ୟନ୍ତ ପରୀତାପ, କ୍ଷୋଭର ବିଷୟ । ଲେଖା ଏବଂ ଲିପିବଦ୍ଧ ପ୍ରଚାରିତ କାଗଜ ପ୍ରଚାରପତ୍ର ଠାରୁ ଆରମ୍ଭ କରି ଗ୍ରଂଥ ହେଉକି ଶିକ୍ଷାୟତ୍ତନର ପୁସ୍ତକ, ଯେକୌଣସି ମୁଦ୍ରିତ ବିଷୟ ଉପରେ କୌଣସି ପ୍ରତିବନ୍ଧକ, ଉପଯୁକ୍ତତା ଉପରେ କଟକଣା ନଥିବା ହେତୁ ସାମାଜିକ ବ୍ୟବସ୍ଥାର କରାଳତା ଯଥେଷ୍ଟ ମାତ୍ରାରେ ବଢ଼ିବାରେ ଲାଗିଛି । ତେଣୁ ଲୋକଙ୍କ ଭାବଧାରାରେ କ୍ରମାଗତ ଭାବେ ଅମାନୁଷିକ ଚିନ୍ତନ ସୃଷ୍ଟି ହୋଇ ଭାରତୀୟ ସଂସ୍କୃତି, ସଂସ୍କାର ଧୀରେ ଧୀରେ ଉଭେଇ ଗଲାଣି । ଏମିତିକି ପ୍ରାୟ ଗତ ୨୦ ବର୍ଷ ହେବ ଏହି କ୍ରମ ଅବନତିର ଧାରା ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଥିବା ଲକ୍ଷକଲେ ଜାଣିହେବ । ଦେଶ ଅଭ୍ୟନ୍ତରର କେତେକ ନିକୁତ୍ସ ମାନସିକତା ପ୍ରବଣ ବ୍ୟବସାୟୀ ବ୍ୟତୀତ ବିଦେଶୀ ଷଡ଼ଯନ୍ତ୍ର ମଧ୍ୟ କିଛି କମ୍ ଦାୟୀ ନୁହେଁ ଆମ ସମାଜରେ ଏହିଭଳି ଅସ୍ଥିରତା ପୂର୍ଣ୍ଣ ବାତାବରଣ ସୃଷ୍ଟି କରାଯିବାରେ ! ସାଧାରଣ ଲୋକଙ୍କୁ ସେଗୁଡିକ ପ୍ରତି ସଚେତନ ଭାବ ପୋଷଣ କରାନଗଲେ ଦେଶର ଭବିଷ୍ୟ ପିଢ଼ି କେବଳ ମିଥ୍ୟା ପ୍ରମାଣ ପତ୍ରର ଡିଗ୍ରୀଟିଏ ଧରି ନିଜକୁ ମୂର୍ଖ କରି ରଖି କ୍ରୀତଦାସ ଭଳି ବଂଚିବା ଛଡା ଆଉ କିଛି ଉତ୍ତରୋତ୍ତର ଉନ୍ନତି କାମନା କରିବା ବ୍ୟାର୍ଥ ମାତ୍ର । ମିଥ୍ୟା ପ୍ରତିଭାଧାରୀ ଲେଖକ ନିଜର ସାମାଜିକ ପ୍ରତିଷ୍ଠା ସୃଷ୍ଟି କରିବାରେ ବ୍ୟସ୍ତ ରହିଥିବା ବେଳେ ବ୍ୟବସାୟୀ ଲୋକଙ୍କୁ ମୁର୍ଖ କରି ରଖି ମିଥ୍ୟା ପ୍ରତିଭାର ପ୍ରମାଣ ପତ୍ର ଦେଇ କରାୟତ କରି କ୍ରୀତଦାସ ଭଳି ବ୍ୟବହାର କରି ଯଥେଷ୍ଟ ଲାଭ ପାଇବା ଲକ୍ଷ ରଖିଥିବା ବିଷୟ ଅତୀବ ଜଟିଳ ସ୍ତରରେ ଆଜି ସମୟରେ ଦେଖିବାକୁ ମିଳୁଛି ଆମ ଦେଶରେ ! (କ୍ରମଶଃ)
——- – – – – – – – – – – – ——- ଅନୁରୂପ ଏହି ଲେଖା ବ୍ୟତୀତ ବିଭିନ୍ନ ଦ୍ରବ୍ୟ ଗୁଡିକର ବଜ଼ାରରେ ଉପଲବ୍ଧି ଏକ ବିପ୍ଳବାତ୍ମକ ପରିବର୍ତ୍ତନ ଆଣିଛି ଆମ ଦେଶରେ । ପୂର୍ବରୁ ଏତେସବୁ ଦ୍ରବ୍ୟ ଭାରତ ବଜ଼ାରରେ ଉପଲବ୍ଧ ନଥିଲା କିମ୍ବା ଲୋକେ ସେସବୁର ବ୍ୟବହାର ଜାଣିନଥିଲେ । କ୍ରମାନ୍ୱୟ ଭାବେ ଲୋକଙ୍କ ଚାହିଦାକୁ ବୃଦ୍ଧି କରାଯାଇ ଅନାବାଶ୍ୟକ ଦ୍ରବ୍ୟ, ବସ୍ତୁ ଗୁଡିଏ ଲୋକଙ୍କ ମାନସିକତାରେ ଭର୍ତ୍ତିକରାଯାଇ ବର୍ତ୍ତମାନର ବଜ଼ାରରେ ଉପଲବ୍ଧ ଜିନିଷ ଗୁଡିକ ଉପରେ ଆଲୋକପାତ କଲେ ଜାଣିହେବଯେ ଜଣେ ସାଧାରଣ ମଣିଷ ଏତେ ଗୁଡିଏ ଜିନିଷ ଉପରେ ନିର୍ଭରଶୀଳ ହୋଇ ପଡିଲେଣିଯେ ସେଗୁଡିକ ବିନା ବଂଚିବା ଅସମ୍ଭବ ବୋଲି ମନରେ ଧାରଣା ସୃଷ୍ଟି ହୋଇଛି ସବୁ ଲୋକଙ୍କ ଯାହାସବୁ ଆଗରୁ କିଛି ନଥିଲା । ଏହିଭଳି ଭାବଧାରା ସାଧାରଣ ଲୋକଙ୍କ ମନରେ ସୃଷ୍ଟି କରି ସେମାନଙ୍କ ଠାରୁ ଯଥେଷ୍ଟ ଲାଭ ପାଇବା ଆଶା ରଖି ଚତୁର ବ୍ୟବସାୟୀ ଏମିତି ଷଢ଼ଯାନ୍ତ୍ରିକ ଉପାୟରେ ବିଜ୍ଞାପନ, ପ୍ରଚାରପତ୍ର ମାଧ୍ୟମରେ ପ୍ରଚାର, ପ୍ରସାର କରୁଛନ୍ତିଯେ ସାଧାରଣ ଲୋକେ ସେଗୁଡିକୁ ବୁଝିନପାରି ସେମାନଙ୍କ ବଶବର୍ତ୍ତୀ ହୋଇ ରହିଛନ୍ତି । ଇତି ମଧ୍ୟରେ ଲୋକଙ୍କ ଚାହିଦାର କ୍ରମ ବୃଦ୍ଧି ହେତୁ ସବୁ ଦ୍ରବ୍ୟ, ତଥ୍ୟ ଗୁଡିକର ନକଲ ଅର୍ଥାତ ନିମ୍ନମାନର ଦ୍ରବ୍ୟ ଗୁଡିଏ ଚଢା ଦରରେ ବିକ୍ରି କରି କିଛି ଜାଲିଆତି ମଣିଷ ଯଥେଷ୍ଟ ଲାଭ ପାଉଥିବା ବେଳେ ସେଗୁଡିକୁ ବୁଝିବା, ପରଖି ବ୍ୟବହାର କରିବା ଜାଣିବା ଲୋକଙ୍କ ସଂଖ୍ୟା ୧ ରୁ କମ୍ ହେବ ! ଅଧିକନ୍ତୁ ଲୋକଙ୍କୁ ଅଳସୁଆ କରି ବଜ଼ାରରୁ ପୁଡିଆ ଖାଦ୍ୟ, ବୋତଲ ପାନୀୟ କିଣି ବ୍ୟବହାର କରିବା ଉପରେ ଏମିତି ପ୍ରଚାର ହୁଏ ଯାହାର ବିରୋଧ କରାଯିବା ବିପରୀତେ କେତେକ କ୍ଷେତ୍ରରେ ସରକାରୀ ପ୍ରାତ୍ସାହନ ଦିଆଯାଉଥିବା ମଧ୍ୟ ଶୁଣିବାକୁ ମିଳୁଛି ଯାହା ସମସ୍ତେ ଜାଣନ୍ତି ! ତେଣୁ ବ୍ୟବସାୟୀ ଅତି ସହଜରେ ଲୋକଙ୍କ ମନକିଣି ନିଜର ବ୍ୟବସାୟ କରୁଥିବା ଦେଖିବାକୁ ମିଳୁଛି । କିଏ କ\’ଣ କେଉଁ ପରିସ୍ଥିତରେ ତିଆରି କରି କାହାକୁ କେଉଁ ଦରରେ ବିକ୍ରି କରିବେ ଏବଂ ସେଗୁଡିକର ମାନ ନିର୍ଦ୍ଧାରଣ କରାଯାଇ ପ୍ରମାଣିତ ତଥ୍ୟ ବଜ଼ାରରେ ବିକ୍ରୀ କରାଯିବା ଉପରେ କୌଣସି ପ୍ରାଧାନ୍ୟତା ନାହିଁ ଆମ ବ୍ୟବସ୍ଥାର । ଏପରିକି ଔଷଧ ଠାରୁ ଆରମ୍ଭ କରି ବିଷ ହେଉକି ଅମୃତ ତୁଲ୍ୟ ମହୁ, କ୍ଷୀର ପର୍ଯ୍ୟନ୍ତ ସମସ୍ତ ଦ୍ରବ୍ୟର ନକଲ ବଜ଼ାରରେ ଉପଲବ୍ଧ ହେଉଛି ଯାହାର ଅନୁସନ୍ଧାନୀ ତତ୍ୱ ସାଧାରଣ ଲୋକଙ୍କୁ ହିଁ କରିବାକୁ ପଡୁଥିବା ବେଳେ କୌଣସି ସରକାରୀ ତତ୍ପରତା କିମ୍ବା ଅନୁସନ୍ଧାନ ଅତି କ୍ଷୀଣ ମାତ୍ରାରେ ହେଉଥିବା ଉଦାହରଣ ଦେବା ଆବଶ୍ୟକ ନାହିଁ, କାରଣ ତାହା ସମସ୍ତେ ଜାଣନ୍ତି । ସାଧାରଣ ଲୋକେ ଏତେ ସରଳ ପ୍ରକୃତିର ଆମ ଦେଶରେ ଦେଖିବାକୁ ମିଳନ୍ତି ଯେ ଯିଏ ଯାହା କହିବ ତା\’ କଥାରେ ବିଶ୍ୱାସ କରି ଔଷଧ ହେଉକି ଖାଦ୍ୟ ପଦାର୍ଥ କିମ୍ବା ବିଷ କିଣିଥା’ନ୍ତି ଯାହାସବୁ ବିଶ୍ଲେଷଣ କରିବା ବ୍ୟବସ୍ଥା ନାହିଁ । ଅଧିକନ୍ତୁ ନିଜେ କିଣୁଥିବା ଦ୍ରବ୍ୟ ଉପରେ ନିଜର ଆତ୍ମ ସନ୍ତୁଷ୍ଟି ଅନୁଭବ କରି ସତେ ଯେମିତି ଜ୍ଞାନର ଭଣ୍ଡାର ଖୋଲିଗଲା ପରି ଅନୁଭବ କରି ସେହି ଦ୍ରବ୍ୟକୁ କିଣିବା ପାଇଁ ଉପଦେଶ ବାଣ୍ଟିଥା’ନ୍ତି ଅନ୍ୟକୁ ଯଦ୍ୱାରା ଯେକୌଣସି ଦ୍ରବ୍ୟ ଭାରତ ବଜ଼ାରରେ ବିକ୍ରି କରିବା ଅତ୍ୟନ୍ତ ସହଜ ସାପେକ୍ଷ ହୋଇଥାଏ । କାରଣ ବ୍ୟବସାୟୀଙ୍କ ପ୍ରଚାର, ପ୍ରସାର ବ୍ୟତୀତ ଲୋକଙ୍କ ତୁଣ୍ଡ ବାଇଦର ଡିଣ୍ଡିମ ଏତେ ପ୍ରଖର ଆମ ଦେଶରେ ଯାହା ଅନ୍ୟାନ୍ୟ ସ୍ଥାନ ମାନଙ୍କରେ ଦେଖିବାକୁ ମିଳିବ ନାହିଁ । ଆମ ଦେଶରେ ଅଶିକ୍ଷିତ ଠାରୁ ଆରମ୍ଭ କରି ଅତି ଶିଖିତ ପର୍ଯ୍ୟନ୍ତ ସମସ୍ତେ ଯେକୌଣସି ଦ୍ରବ୍ୟ ହେଉକି ବସ୍ତୁ, ପଦାର୍ଥ, ଜିନିଷ ବଜ଼ାରରୁ କିଣୁଥିବା ବେଳେ ନିଜସ୍ୱ ଜ୍ଞାନ କମ୍‌, ଏବଂ ଅନ୍ୟର ପ୍ରରୋଚନା ଉପରେ ଯଥେଷ୍ଟ ଅଧିକ ନିର୍ଭରଶୀଳ ରହୁଥିବା କଥା ସମସ୍ତେ ନିଜକୁ ନିଜେ ପଚାରି ବୁଝି ଜାଣି ପାରିବେ । ତେଣୁ ଯିଏ ଯାହା ବିକିଲେ ସେଗୁଡିକର ମାନ, କାର୍ଯ୍ୟ ଶୈଳୀ ଉପରେ କୌଣସି ଜ୍ଞାନ ନଥିବା ସାଧାରଣ ଲୋକେ କିଣିବାକୁ ବାଧ୍ୟ ହୋଇ ପରୋକ୍ଷରେ ପ୍ରତାରିତ ହେଉଥିବା ବିଷୟ ଉପରେ କାହାର ନଜର ନାହିଁ କିମ୍ବା କୌଣସି ସାମ୍ବିଧାନିକ କଟକଣା ନଥାଇ କେବଳ ଟିକସ ଅର୍ଥ ଉପରେ କଡା ନଜର ରଖିଥିବା ଆମ ଦେଶ ଆଇନ ଆମକୁ କେଉଁ ଦିଗକୁ ନେଉଛି ବିଚାର ଯୋଗ୍ୟ ! ବ୍ୟବସାୟୀଙ୍କ ଟିକସ ଅର୍ଥରେ ଯେତିକି ବିକାଶ ହେଉଛି ତାହାଠାରୁ ଯଥେଷ୍ଟ ଗୁଣ ସାଧାରଣ ଲୋକଙ୍କ ଜୀବନ ଶୈଳୀରେ ବ୍ୟତିକ୍ରମ ସମାଜକୁ ନିମ୍ନଗାମୀ କରୁଥିବା ହେତୁ ବାସ୍ତବ ବିକାଶ ପରିବର୍ତ୍ତେ କେବଳ କୁହା ଶୁଣରେ ସନ୍ତୁଷ୍ଟ ଆମେ ନିରୀହ, ନିର୍ବୋଧ ସହିଷ୍ଣୁ ଭାରତୀୟ ବିଶ୍ୱ ବଜ଼ାରରେ ଅତ୍ୟନ୍ତ ଚର୍ଚ୍ଚାରେ ! ବ୍ୟବସାୟର ଯଥେଷ୍ଟ ପ୍ରସସ୍ଥ ସ୍ଥାନ ଭାରତ ବୋଲି ପାଶ୍ଚାତ୍ୟ ବ୍ୟବସାୟୀଙ୍କ ଆଖି ସବୁବେଳେ ଆମ ଦେଶ ଉପରେ ରହି ଆସୁଅଛି । କାରଣ ଭାରତୀୟ ମାନେ କୌଣସି ଦ୍ରବ୍ୟର ଉପଯୁକ୍ତତା ଜାଣିନପାରି ଯାହା ବିକ୍ରି କଲେ ମଧ୍ୟ ବ୍ୟବହାର କରୁଥିବା ହେତୁ ବିଦେଶୀ ବ୍ୟବସାୟୀଙ୍କ ଭିଡ଼ ଯଥେଷ୍ଟ ଏଇଠି ବ୍ୟବସାୟ କରିବା ପାଇଁ ଯାହାଙ୍କୁ ଆମେ ଅନାୟାସ ସ୍ୱାଗତ କରି ନିଜକୁ କେଉଁଆଡକୁ ନେଉଛେ ବୁଝିବା ଜ୍ଞାନ ବହିର୍ଭୁତ ଭାରତୀୟ ଆମେ । ତେଣୁ ପ୍ରତିଦିନ କେତେଯେ ଅନାବଶ୍ୟକ, କ୍ଷତିକାରକ ସାମଗ୍ରୀ ବଜ଼ାରରୁ କିଣି ଆମେ ବ୍ୟବସାୟୀଙ୍କୁ ଲାଭବାନ କରି ନିଜର ଜୀବନ ସଂକୁଚିତ କରିଥାଉ ସେସବୁ ଆମ ଭାବ ବହିର୍ଭୁତ । ଚତୁର ବ୍ୟବସାୟୀ କୌଣସିମତେ ଲୋକଙ୍କୁ ଠକି ଭିଭିନ୍ନ ନିମ୍ନ ମାନର ନକଲି ଦ୍ରବ୍ୟ ଚଢା ଦରରେ ବିକ୍ରି କରୁଥିଲେ ମଧ୍ୟ ସେସବୁ ବୁଝିନପାରି ପରୋକ୍ଷରେ ପ୍ରତାରିତ ଆମ ଜୀବନ ଶୈଳୀର ମର୍ମ ଏକ ଭିନ୍ନ ରୂପରେ ଚାଲିଛି ତୁଳନାତ୍ମକ ପଶ୍ଚ୍ୟତ ଦେଶ ଗୁଡିକର ଜୀବନ ଶୈଳୀ । ତଥାପି ଆମେ ସହିଷ୍ଣୁ ସନ୍ତୁଷ୍ଟ ଆମ ବ୍ୟବସ୍ଥା ଉପରେ ଯିଏ କୌଣସି ମାର୍ଗଦର୍ଶୀ ଉପାୟ ତଥା ଆଇନର ଆଢୁଆଳେ ବ୍ୟବସାୟୀଙ୍କୁ ରଖିବା ପରିବର୍ତ୍ତେ ସେମାନଙ୍କୁ ଯଥେଷ୍ଟ ସହାୟତା ଯୋଗାଇ ଦେଉଛି । ସେତିକି ନୁହେଁ ବରଂ ସେମାନଙ୍କୁ ସମୟରେ ଅନେକ ସାହାଯ୍ୟ ସହଯୋଗ କରାଯିବା ବ୍ୟବସ୍ଥା ମଧ୍ୟ ଆମ ସାମ୍ବିଧାନିକ ଆଇନରେ ପ୍ରଣୟନ ଯାହାର କୌଣସି ତର୍ଜମା ମୂଳକ ସମାଲୋଚନା କିମ୍ବା ସୁଧାର ହେଉନାହିଁ । ଯିଏ ଯାହା ବିକିଲେ ମଧ୍ୟ ଟିକସ ଅର୍ଥଟି ଦେଇ ଦେଉଥିଲେ ସାଧୁ ସୁନା ବୋଲି ଗ୍ରହଣ କରାଯାଉଥିବା ବ୍ୟବସାୟୀଙ୍କ କବଳରେ ଆଜି ସାଧାରଣ ନିର୍ବୋଧ ଆଶାତୀତ ପ୍ରତାରିତ ହେଉଥିବା କାହାକୁ ବୁଝୁନାହିଁ । ତେଣୁ ଏହି ଲେଖା ଏବଂ ବିକା ଉପରେ ଯଥେଷ୍ଟ ସାମ୍ବିଧାନିକ, ଆଇନଗତ କଟକଣା ଲାଗୁ କରା ନଗଲେ ଆମ ଦେଶର ଭବିଷ୍ୟତ କେବଳ ଅନ୍ଧାର ରାତିର ଖଦ୍ୟୋତିକା ଭଳି ରହିବା ଛଡା ଆଲୋକର ପ୍ରକୃତ ଉତ୍ସ ଦେଖିବା ସ୍ୱପ୍ନରେ କେବଳ ସମ୍ଭବ ହେବାଛଡା ବାସ୍ତବତାର ରୂପ ନେଇ ପାରିବ ନାହିଁ । ଉପସ୍ଥିତ ସମୟର ପରିପାଶ୍ୱର୍ିକ ପରିସ୍ଥିତିକୁ ଅନୁଧ୍ୟାନ କରାଯାଇ ସରକାରଙ୍କୁ ଏହିସବୁ ବିଷୟ ଉପରେ ପ୍ରାଧାନ୍ୟତା ଦେବାପାଇଁ ଅନୁରୋଧ ପୂର୍ବକ ସାଧାରଣ ଲୋକେ କୌଣସି ଲେଖା ହେଉକି ଦୃଶ୍ୟ ଶ୍ରାବ୍ୟ ବିଷୟ କିମ୍ବା ବଜ଼ାରରୁ କିଣୁଥିବା ଯେକୌଣସି ଦ୍ରବ୍ୟ ଉପରେ ଅନୁସନ୍ଧିତ୍ସା, ପ୍ରୟୋଗାତ୍ମକ ବିଚାର ବ୍ୟକ୍ତ କରି ଆପଣେଇବାକୁ ବିଶେଷ ଅନୁରୋଧ ! ନତୁବା ଏହି ଭ୍ରାନ୍ତ ଲେଖକଙ୍କ ଆତ୍ମବଡ଼ିମା ପୂର୍ଣ୍ଣ ଅଯୌକ୍ତିକ, ଅବାନ୍ତର, ବିପରୀତମୁଖୀ ଚେତନା ପୂର୍ଣ୍ଣ ଶିକ୍ଷା ସହିତ କୁତ୍ସିତ ମାନସିକତା ପ୍ରବଣ ଚତୁର ବ୍ୟବସାୟୀଙ୍କ ନକଲି, ଅନବାଶ୍ୟକ, କ୍ଷତିକାରକ ଦ୍ରବ୍ୟ ଗୁଡିକ ଉପରେ ନିର୍ଭର ଆପଣ ଏବଂ ଆପଣଙ୍କ ପରିବାର ସମେତ ଆସନ୍ତା ପିଢିଙ୍କୁ ଏକ ନକାରାତ୍ମକ ଦିଗଗାମୀ କରି ପରୋକ୍ଷରେ ପ୍ରତାରିତ କରୁଥିବା ଅଦୃଶ୍ୟ ଯନ୍ତାରୁ କେହି ରକ୍ଷା କରିପାରିବେ ନାହିଁ ! ଏହି ଲେଖା ଏବଂ ବିକା ମଧ୍ୟରେ ସନ୍ନିବେଶିତ ସାମାଜିକ ବ୍ୟଭିଚାର, ଭ୍ରଷ୍ଟାଚାର, ଅମାନବୀୟ ମାନଦଣ୍ଡକୁ ସହଜରେ ଅନୁଭବ କରିବା ଏବଂ ତାହାଠାରୁ ଦୁରେଇ ନିଜକୁ ପ୍ରାକୃତିକ ଢଙ୍ଗରେ ସଜେଇ ସୁନ୍ଦର ଜୀବନ ଯାପନ କରିବା କୌଣସି ଅତି ବିଶେଷ କଷ୍ଟକର ବ୍ୟାପାର ହୋଇ ନଥିଲେ ମଧ୍ୟ ସେସବୁ ଜାଣିବା ପାଇଁ କେବଳ ନିଜସ୍ୱ ଇଛା ଶକ୍ତିର ଯଥେଷ୍ଟ ଆବଶ୍ୟକତା ରହିଛି । ଅଧିକନ୍ତୁ ସେଇଥିରେ ସଂଶ୍ଲିଷ୍ଟ ନିକୁତ୍ସ ଚତୁରଙ୍କ ଛଳନାକୁ ବୁଝିବାକୁ ଏତିକି ଲେଖା ଯଥେଷ୍ଟ ନୁହେଁ କାରଣ ତାହା ସୁଦୂର ପ୍ରସାରି ବ୍ୟାପ୍ତ ଯାହାର ଆଦି, ଅନ୍ତ ବୁଝିବା ସାଧାରଣ ଲୋକଙ୍କ ପକ୍ଷରେ ସମ୍ଭାବନା କ୍ଷୀଣ ! କିନ୍ତୁ ଅସମ୍ଭବ ନୁହେଁ ! ତେଣୁ, ପ୍ରେତ୍ୟେକ ବ୍ୟକ୍ତି ନିଜ ଜୀବନରେ ପ୍ରତ୍ୟେକ ଦିନ ବଜ଼ାରରୁ କିଣି ବ୍ୟବହାର କରୁଥିବା ସମସ୍ତ ଦ୍ରବ୍ୟ ଗୁଡିକ ପ୍ରତି ଯଥେଷ୍ଟ ଅନୁସନ୍ଧାନୀ ନଜର ରଖୁଥିବା ସହିତ ପଢ଼ୁଥିବା, ଦେଖୁଥିବା ଖବର, ତଥ୍ୟ ଗୁଡିକୁ ସନ୍ଦେହ ଦୃଷ୍ଟିରେ ରଖି ଗ୍ରହଣ କଲେହିଁ ପ୍ରକୃତ, ବାସ୍ତବ ତଥ୍ୟ ପାଇ ପାରିବେ ଏବଂ ନିଜକୁ ପ୍ରତାରଣାରୁ ରକ୍ଷା କରି ପାରିବେ ବୋଲି ଆମର ସ୍ୱତନ୍ତ୍ର ଅନୁରୋଧ ପୂର୍ବକ ଆପଣଙ୍କ ମତ ବ୍ୟକ୍ତ କରିବେ ବୋଲି ଆଶା ?(ପ୍ରତ୍ୟହ ପ୍ରଭାତରେ ଗ୍ରହଣ କରୁଥିବା ଅଧିକାଂଶ ବସ୍ତୁ, ପଦାର୍ଥ ଠାରୁ ଆରମ୍ଭ କରି ଶୁଣିବାକୁ, ଦେଖିବାକୁ ମିଳୁଥିବା କଥାଚିତ୍ରରେ ମଧ୍ୟ ନକଲିର ଗନ୍ଧ ବାରିହେବ କେବଳ ଅନୁସନ୍ଧାନୀ ନଜର ରଖିଲେ !) 

ପଙ୍କଜ କୁମାର ପାଣିଗ୍ରାହୀ
ସୋସିଆଲ ଫୋରମ (ଭାରତ)
ଛତ୍ରପୁର, ଗଞ୍ଜାମ.