

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଯୁବ କଂଗ୍ରେସ ପକ୍ଷରୁ ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଏହାସହ ଯୁବ କଂଗ୍ରେସ ପକ୍ଷରୁ ସ୍ଥାନୀୟ କଂଗ୍ରେସ ଭବନ ଠାରେ ଆଜି ବିଜେପିର ସମ୍ବିତ ପାତ୍ରଙ୍କ କୁଶ ପୁତଳିକା ଦାହ କରାଯାଇଛି । କଂଗ୍ରେସର ସ୍ପୋକ ପେରସନ ରାଜୀବ ତ୍ୟାଗୀଙ୍କ ହତ୍ୟାକାରୀ ଭାବେ ବିବେଚିତ କରି ଯୁବ କଂଗ୍ରେସ ଵ୍ରହ୍ମପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସମ୍ବିତ ପାତ୍ରଙ୍କ କୁଶ ପୁତଳିକା ଦାହ କରାଯାଇଛି । ସୂଚନା ଯୋଗ୍ୟ ଯେ, ଆଜି ଅଗଷ୍ଟ ୧୭ ସୋମବାର ଦିନ ରାଷ୍ଟ୍ରୀୟ ଯୁବ କଂଗ୍ରେସ ଏବଂ ରାଜ୍ୟ ଯୁବ କଂଗ୍ରେସର ଆହ୍ୱାନ କ୍ରମେ ଗତ ୧୨ ତାରିଖ ଦିନ ଏକ ହିନ୍ଦୀ ନ୍ୟୁଜ ଚେନେଲରେ ବିତକ୍ତରେ କଂଗ୍ରେସ ରାଷ୍ଟ୍ରାୟ ପ୍ରବକ୍ତା ଏବଂ ବିଜେପି ରାଷ୍ଟ୍ରାୟ ପ୍ରବକ୍ତା ମଧ୍ୟରେ ଏକ ବିଚିତ୍ର ସମୟରେ ରାଜୀବ ତ୍ୟାଗୀଙ୍କୁ ଅଶ୍ଳୀଳ ଭାଷାରେ ଏବଂ ଆପତ୍ତିଜନକ ମନ୍ତବ୍ୟ କରି ଅପମାନିତ କରିଥିବାରୁ ରାଜୀବ ତ୍ୟାଗୀ ବି ହୃଦଘାତରେ ପ୍ରାଣ ଯାଇଥିଲା । ଏହି ପରିପ୍ରେକ୍ଷିରେ ସମ୍ମିତ ପାତ୍ରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଥମେ ବ୍ରହ୍ମପୁର ସ୍ଥିତ କଂଗ୍ରେସ ଭବନ ସମ୍ମୁଖରେ ଗଞ୍ଜାମ ଜିଲା ଯୁବ କଂଗ୍ରେସ ତରଫରୁ ସମ୍ମିତ ପାତ୍ରଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା ଏବଂ ଜିଲ୍ଲା ଆରୋକ୍ଷ ଅଧିକ୍ଷକଙ୍କୁ ଏତଲା ଦିଆଯାଇଥିଲା । ଏହି ଅବସରରେ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ସାନଖେମୁଣ୍ଡି ଯୁବ କଂଗ୍ରେସ ସଭାପତି ଚିନ୍ମୟ କୁମାର ହୋତା, ଯୁବ ନେତା ପ୍ରଶାନ୍ତ ବିଷୋୟୀ, ପ୍ରମିତ ରଞ୍ଜନ ମହାପାତ୍ର, ପିଣ୍ଟୁ ଜେନା,ଦେବାଶିଷ ମହାନ୍ତି, ସଂଗ୍ରାମ ରାଉତ, ସିଦ୍ଧାନ୍ତ ସାହୁ, ଅନିରୁଧ ପାତ୍ର, ଦୁର୍ଗା ତ୍ରିପାଠୀ, ଧରଣୀ ଧର ବେହେରା, ମଣ୍ଟୁ ପ୍ରଧାନ, ବିକାଶ କୁଠାଳକ, ସୁବିଧ ସ୍ୱାଇଁ, ରାକେଶ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା




