
ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଆଦିବାସୀ ଅଧ୍ୟୁସିତ ରାଇବଣିଆର ୧୪ଟି ପଂଚାୟତର ଲାଇଫ ଲାଇନ୍ କୁହାଯାଉଥିବା ଜଳେଶ୍ୱର- ଓଲମରା ଶାନ୍ତିପୁର ରୋଡର ଦୂରବସ୍ଥା ବଦଳୁ ନଥିବା ଏପରିକି ଜିଲାପାଳଙ୍କ ୩ମାସ ପୂର୍ବେ ଦେଇଥିବା ପ୍ରତିଶ୍ରୁତି ପାଣିରଗାର ପାଲଟିଥିବାରୁ ଆସନ୍ତା ୧୫ ଦିନ ମଧ୍ୟରେ ମରାମତି ନ ହେଲେ ଆନ୍ଦୋଳନର ଧମକ ଦେଇଛି ଜଳେଶ୍ୱର ଯୁବ କଂଗ୍ରେସ । ଜଳେଶ୍ୱର ଜଗନ୍ନାଥ ସଡକ ବାଘାବାଳି ଠାରୁ ବାହାରିଥିବା ୨୨ କି.ମି.ଶାନ୍ତିପୁର ରୋଡରେ ରାଇବଣିଆବାସୀ ପ୍ରତିଦିନ ଜଳେଶ୍ୱର ଓ ଅନ୍ୟାନ୍ୟସ୍ଥାନକୁ ଯିବାକୁ ଏହି ରାସ୍ତାଟି ଏକମାତ୍ର ବିକଳ୍ପ । ବିଶେଷ କରି ସ୍ୱାସ୍ଥ୍ୟ, କୋର୍ଟ କଚେରୀ, ବ୍ୟାଙ୍କ, ଟ୍ରେଜେରୀ, ତହସିଲ, ବ୍ଲକ, ଶିକ୍ଷା, ସବ୍ରୋଜିଷ୍ଟ୍ର, ଜଳସେଚନ, ପାନୀୟ ଜଳ ଇତ୍ୟାଦି ଲାଗି ଯାତାୟାତ କରିଥାନ୍ତି । ଏହି ରାସ୍ତାଟି ଏବେ ବାଘାବାଳି ଠାରୁ ଚଫଳା ପର୍ଯ୍ୟନ୍ତ ମରଣ ଯନ୍ତାରେ ପରିଣତ ହୋଇଥିବାରୁ ଦୁର୍ଘଟଣା ବଢୁଥିବା ସହିତ ଜନଆସନ୍ତି ଦେଖାଦେଇଛି । ଶିଖରପୁରଠାରେ ନିର୍ମାଣ ହୋଇଥିବା ସୁବର୍ଣ୍ଣରେଖା ସେତୁ ଉପର ଦେଇ ୧୦ଟନର ମାଲବାହି ଯାନ ଯାତାୟାତ କରିବାର ନିର୍ଦ୍ଦେଶ ସେଠାରେ ଲେଖାଥିବା ବେଳେ ୨୦ଟନ୍ରୁ ଉର୍ଦ୍ଧ୍ଵ ଓଜନର ବାଲି, କୋଇଲା, ପଥର ଓ ଚିପ୍ସ ଗାଡି ଗୁଡିକ ଯାତାଯାତ କରୁଥିବାରୁ ଦୁର୍ଦ୍ଦଶଶ ବଢି ଚାଲିଛି ବୋଲି ଆଜି ଗୁରୁବାର ପୁର୍ତ୍ତବିଭାଗ ଡାକବଂଗଳାଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବକଂଗ୍ରେର କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି । ଜଳେଶ୍ୱର ଯୁବ କଂଗ୍ରେସର ସାଧାରଣ ସଂପାଦକ ଗତ ଅଗଷ୍ଟ ୨୭ ଓ ନଭେମ୍ବର ୧୦ ତାରିଖରେ ଜିଲାପାଳଙ୍କୁ ଭେଟି ଲିଖିତ ବିବୃତିରେ ଅବଗତ କରାଇବାପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବାରୁ ସେମାନେ ଆଜି ଆର୍ଡି ବିଭାଗ ଉପରେ ରାଗ ଶୁଝାଇଛନ୍ତି । ୧୫ ଦିନ ମଧ୍ୟରେ ରାସ୍ତାର ମରାମତି କାର୍ଯ୍ୟ ନ ହେଲେ ବିଭିନ୍ନ ଆନ୍ଦୋଳନାତ୍ମକ କାର୍ଯ୍ୟ ଗ୍ରହଣ କରାଯିବ ବୋଲି ଜଳେଶ୍ୱର ବିଧାନସଭା ମଣ୍ଡଳର ସଭାପତି ଗିରିଜା ଶଂକର ଦାସ, ପୂର୍ବତନ ସଭାପତି ହରିଶଂକର ଜେନା, ଜିଲା ସଂପାଦକ ସୁଶାନ୍ତ ସେଠୀ, ଜଳେଶ୍ୱର ବ୍ଲକ ସଂପାଦକ ସପନ ସାମଲ, ବାଲେଶ୍ୱର ଜିଲା ପୂର୍ବତନ ସଂପାଦକ ହେମନ୍ତ ଗିରି ଓ ଜିଲା ଉପସଭାପତି ସବ୍ୟସାଚୀ ଦାସ ସାମ୍ବାଦିକ ସମ୍ମିଳନୀରେ ବିସଦଚାର କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା