

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ବିଜେଡି ଦଳର ନୂତନ କର୍ମକର୍ତ୍ତାଙ୍କୁ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ସ୍ୱାଗତ କରିଥିବା ବେଳେ ଗଜପତି ନଗର ବିଧାୟକଙ୍କ ବାସଭବନରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ନବନିଯୁକ୍ତ କର୍ମକର୍ତ୍ତାଙ୍କୁ ସ୍ୱାଗତ କରାଇ ଦଳର ଆଭିମୁଖ୍ୟ ଜଣାଇବା ସହ ସଙ୍ଗଠନକୁ ଅଧିକ ମଜବୁତ କରିବାକୁ ଆହ୍ୱାନ ଦେଇଥିଲେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା । ଯୁବ ସଂଗଠକମାନେ ଲୋକଙ୍କ ନିକଟରେ ପହଞ୍ଚି ସରକାରଙ୍କ ସମସ୍ତ ଯୋଜନା ପହଞ୍ଚାନ୍ତୁ ଏବଂ ସରକାରକୁ ଅଧିକ ଲୋକପ୍ରିୟ କରାଇବାକୁ ସେ ପରାମର୍ଶ ଦେଇଥିଲେ । ୩୦ ଜଣ ନୂତନ ଯୁବ ବିଜେଡ଼ି କର୍ମକର୍ତ୍ତାଙ୍କୁ ମହାନଗର ଯୁବ ବିଜେଡି ଦାଇତ୍ୱ ଦିଆଯାଇଛି । ପୂର୍ବରୁ ଯୁବ ବିଜେଡି ନେତା ଅଜିତ କୁମାର ପଣ୍ଡାଙ୍କୁ ମହାନଗର ଯୁବ ବିଜେଡିର ସଭାପତି ଭାବେ ମନୋନୀତ କରିବା ପରେ ପୁଣି ଆଉ ୩୧ ଜଣ ଯୁବ ବିଜେଡି କର୍ମକର୍ତ୍ତାଙ୍କୁ ଟିମରେ ସାମିଲ୍ କରିବା ସହ ଯୁବ ଆଇନ୍ଜୀବୀ ଅସିତ ସାବତଙ୍କୁ ଆଇଟିସେଲ୍ ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ମହାନଗର ସଭାପତି ଅଜିତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଜପତି ନଗରରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା କର୍ମକର୍ତ୍ତାମାନଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ । ୫ ଜାଣିଆ ଉପସଭାପତିରେ ଏମ୍.ତେଜେଶ୍ୱର ସ୍ୱାମୀ, ରାଜେଶ୍ଵର ବେହେରା, ବି.ଦୁର୍ଗା ରାଓ, ସୂର୍ଯ୍ୟକାନ୍ତ ସୁବୁଦ୍ଧି, ଏସ୍.ଏ ଖଲ୍ଲିଲଙ୍କ ସମେତ ୫ ସାଧାରଣ ସମ୍ପାଦକ ଭାବେ ଅଭିନ୍ନ ସୁନ୍ଦର ବେହେରା, ଜି.ନାଗଭୂଷଣ ରେଡ଼ି, କେ.ରବି, ତାପସ ସାହୁ, ଧୀରେଶ ସାବତଙ୍କ ସମେତ ୨୦ଜଣିଆ ସମ୍ପାଦକରେ ନିଲାନଚାଲ ବିସୋଇ, କେ ମୁନ୍ନା ରେଡ୍ଡୀ, ସିମାନଚାଲ ସାହୁ, ଭାଗବନ ସାହୁ, ଟି. ଶ୍ରୀନିବାସ, ହରିଶ ଚନ୍ଦ୍ର ସେଠୀ, ମାନସ ରଂଜନ ରାଉତ, ସୁଧୀର ନାୟକ, ରୋଶନ ସାହୁ, ପି.ବିନୋଦ କୁମାର, ଆର.କାଶୀ ହିମାନସୁ ଶେଖର ନନ୍ଦ, କେ.ମଧୁ ସୁଦାନ ରାଓ, ଗୋରାବ ସେଠୀ ଜିତେନ୍ଦ୍ର କୁମାର ସାହୁ, ଆଶ୍ବିନୀ କୁମାର ପଟ୍ଟନାୟକ, କାଳୀ ପ୍ରସାଦ ସାହୁ ପି.ଭେରଭଦ୍ର ରାଓ ଏସ୍. ଜୁଡିଷ୍ଟର ପାତ୍ରଙ୍କୁ ମହାନଗର ଯୁବ ବିଜେଡ଼ି ଦାଇତ୍ୱ ଦିଆଯାଇଛି । ସମ୍ବର୍ଦ୍ଧନା କାଯ୍ୟକ୍ରମରେ ସାଂସଦ ଚନ୍ଦ୍ର ଶେଖର ସାହୁ ଦଳର ଆଭିମୁଖ୍ୟକୁ ଲୋକଙ୍କ ପାଖରେ ପହଞ୍ଚେବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ବିଜେଡି ଦଳର କର୍ମୀ ମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

