ଯୁବ ବ୍ୟବସାୟି ତଥା ସମାଜସେବୀ ରଞ୍ଜିତ ମହାପାତ୍ରଙ୍କ ଅକାଳ ବିୟୋଗ

ଭୁବନେଶ୍ବର(ସମୃଦ୍ଧଓଡିଶା)ସ୍ଥାନିୟ ଶତାବ୍ଦୀ ନଗର ଅଞ୍ଚଳର ଯୁବ ବ୍ୟବସାୟି ତଥା ସମାଜସେବୀ ରଞ୍ଜିତ ମହାପାତ୍ର(ଟୁକୁ)ଙ୍କ ସୋମବାର ରାତିରେ ଅକାଳ ବିୟୋଗ ହୋଇଥିବା ଖବର ପ୍ରସାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ମୃତ୍ଯୁ ବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା। ସେ ଗତ ତିନିଦିନ ତଳେ ଅସୁସ୍ଥ ଅନୁଭବ କରିବା ଫଳରେ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ। ସେଠାରେ ଚିକିତ୍ସାବେଳେ ସେ ନିମୋନିଆ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ମୃତ୍ୟୁବେଳକୁ ତାଙ୍କ ଅନ୍ତିମ ଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ ସଙ୍ଗୀତା ପଟ୍ଟନାୟକ, ଏକମାତ୍ର ପୁତ୍ର ଶାତ୍ଵିକ ମହାପାତ୍ରଙ୍କ ସମେତ ବହୁ ଆତ୍ମୀୟସ୍ବଜନ ଓ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ। ତାଙ୍କର ଅନ୍ତିମ ସଂସ୍କାର ପୁରୀ ସ୍ବର୍ଗଦ୍ବାର ଠାରେ ଏକ ଶୋକାକୁଳ ପରିବେଶରେ ସମ୍ପନ୍ନ ହୋଇଯାଇଛି। ମୃତ୍ଯୁଖବର ପାଇ ତାଙ୍କ ବାଲ୍ୟବନ୍ଧୁ ତଥା ବିଧାୟକ ଗଣେଷ ଜଗଦେବ, ବିଧାୟକ ଉମା ସାମନ୍ତଙ୍କ ସମେତ ବହୁ ବନ୍ଧୁ ଶୋକବ୍ୟକ୍ତ କରିବା ସହ ଏହି ଅସମୟରେ ପ୍ରଭୁ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସହାୟ ହେବା ପାଇ ପ୍ରର୍ଥନା କରିଛନ୍ତି।

ରିପୋର୍ଟ : ରଜତ ମହାପାତ୍ର