ଯୁବ ରେଡକ୍ରସ ପକ୍ଷରୁ ଅନୁଷ୍ଠିତ କ୍ଲଷ୍ଟର ସ୍ତରୀୟ ୩ ଦିନିଆ ତାଲିମ ଶିବିରର ଦ୍ୱିତୀୟ ଦିନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଯୁବ ରେଡକ୍ରସ ପକ୍ଷରୁ ଅନୁଷ୍ଠିତ କ୍ଲଷ୍ଟର ସ୍ତରୀୟ ୩ ଦିନିଆ ତାଲିମ ଶିବିରର ଦ୍ୱିତୀୟ ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସ୍ଥାନୀୟ ପିଏନୟୁଏ କଲେଜ ପରିସରରେ ଚାଲିଥିବା ବେଳେ ଆଜି ଏଥିରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ପ୍ରାକୃତିକ ବିପର୍ଯ୍ୟୟ, ରକ୍ତଦାନ ଭଳି ମହତ୍ କାର୍ଯ୍ୟରେ ଯୁବ ରେଡକ୍ରସଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । କଲେଜର ଅଧ୍ୟକ୍ଷ ଡ. ରାଜେନ୍ଦ୍ର କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅରୁଣା ଫାଉଣ୍ଡେସନ୍ ର ମୁଖ୍ୟ ଲୋକନାଥ ମିଶ୍ର ପ୍ରଶିକ୍ଷଣ ଭାବେ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଏଚଆଇଭି ଏଡସ୍ ଉପରେ ସଚେତନତା କରାଇଥିଲେ । ସେହିପରି କୁକୁଡାଖଣ୍ଡି ମହାବିଦ୍ୟାଳୟର ଯୁବ ରେଡକ୍ରସ କାଉନସିଲିଂ ବିଭୁ ପ୍ରସାଦ ପାତ୍ର ଅନ୍ୟତମ ପ୍ରଶିକ୍ଷଣ ଭାବେ ଯୋଗ ଦେଇ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ମୁକାବିଲା କରାଯିବା ଆବଶ୍ୟକ ସେ ସଂପର୍କରେ ତାଲିମ୍ ପ୍ରଦାନ କରିଥିଲେ ଏବଂ ପ୍ରାଥମିକ ଚିକିତ୍ସା, ସଡକ ସୁରକ୍ଷା, ରକ୍ତଦାନ ଆଦି ବିଷୟରେ ସଚେତନତା କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର ମହିଳା ମହାବିଦ୍ୟାଳୟ, ନରେନ୍ଦ୍ରପୁର ମହାବିଦ୍ୟାଳୟ, ମହାନାଦପୁର ମହାବିଦ୍ୟାଳୟ, ଗଞ୍ଜାମ ମହାବିଦ୍ୟାଳୟ ଏବଂ ପିଏନୟୁଏ କଲେଜର ବହୁ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରି ତାଲିମ ନେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଯୁବ ରେଡକ୍ରସ କାଉନସିଲିଂ ସୁର୍ଯ୍ୟ ନାରାୟଣ ଡାକୁଆ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଡଃ. ପ୍ରଦୀପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା