

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳା ମହାରାଜା ଗୋପିନାଥ ଗଜପତିଙ୍କ ପରଲୋକ ପରେ ତାଙ୍କର ଏକ ମାତ୍ର କନ୍ୟା ଯୁବରାଣୀ କଲ୍ୟାଣୀ ଦେବିଙ୍କୁ ଆଜି ରାଜଭିଷକ କରାଯାଇଛି । ମହାରାଜାଙ୍କ ପରିବାରର ରାଜ ପରୈାହିତ ମାନେ ଯୁବରାଣୀ କଲ୍ୟାଣୀ ଦେବିଙ୍କୁ ସିଂହାସନରେ ବସାଇ ମୁକୁଟ ପିନ୍ଧାଇ ଦେବ ଯନ୍ତ୍ର ପାଠକରି ଗୋପିନାଥଙ୍କ ପାର୍ଥବ ଶରୀର ସକାର ପରେ ରାଜ ଅଭିଷେକ କରିଥିଲେ । ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡିର ବହୁ ଜନସାଧାରଣ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।
ରିପୋର୍ଟ – କୃଷ୍ଣ କୁମାର ବେହେରା
