ଯୁବଶକ୍ତି ସଂଗଠନ ପକ୍ଷରୁ ୧ମାସ ଧରି ରିଲିଫ ଓ ମାକ୍ସ ବଣ୍ଟନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କୋରନାର ପ୍ରାଦୁର୍ଭାବକୁ ପ୍ରତିହତ କରିବାଲାଗି ବିଭିନ୍ନ ସଂଗଠନ ପକ୍ଷରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଜଳେଶ୍ୱରର ଯୁବଶକ୍ତି ଏକ ନିଆରା ଢଙ୍ଗରେ ସଚେତନତା ଓ ସେବା କାର୍ଯ୍ୟ କରିଆସୁଛି । ସେଲ୍ୟୁଟ ଟୁ କରୋନା ୱାରିଅର୍ସ କାର୍ଯ୍ୟକ୍ରମର ପ୍ରଥମ ସୋପାନରେ ସେମାନେ ମାକ୍ସ ଓ ରିଲିଫ ଦେବା ସହିତ ମ୍ୟୁନିସିପାଲଟିର ପ୍ରତ୍ୟେକ ଝାଡୁଦାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କରୋନା ଯୁଦ୍ଧାଭାବେ ଜଳେଶ୍ୱରର କାର୍ଯ୍ୟରତ ଡାକ୍ତର, ନର୍ସ ଓ ହସ୍‌ପିଟାଲ କର୍ମଚାରୀମାନଙ୍କୁ ସୁଖିଲା ଖାଦ୍ୟ, ମାକ୍ସ ବଣ୍ଟନ ସହିତ ସେମାନଙ୍କ ନିରାମୟ ଜୀବନ କାମନା ଯୁବଶକ୍ତି ପକ୍ଷରୁ କରାଯାଇଛି । ଏହାର ତୃତୀୟ ସୋପାନରେ କରୋନା ଯୁଦ୍ଧା ପୋଲିସ୍ ଓ ଚତୁର୍ଥ ସୋପାନରେ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସଂପର୍କରେ କୁହାଯାଇଛି । ଏହି କାର୍ଯ୍ୟକ୍ରମକୁ ଇଂ. ମନିନ୍ଦ୍ର କୁମାର ଦାସ, ଦିପେନ୍ଦୁ କର, ମାନସ କୁମାର ପାଠୀ, ଇଂ.ସତ୍ୟରଞ୍ଜନ ପରିଡା, ସତ୍ୟଜିତ୍ ଧଳ, ଅନୁପମ ଜେନା, ଦିବ୍ୟୁନ୍ଦୁ ମାଇତି, ରମାକାନ୍ତ ବେହେରା, ହେମନ୍ଦ ଜେନା, ଲକ୍ଷ୍ମାନାରାୟଣ କର, ସତ୍ୟପ୍ରକାଶ ପାଳ, ସାଗରବିନ୍ଦୁ ଦେ, ପପୁ ସାହୁ, ସୁଦିପ ଦାସ, ଚନ୍ଦ୍ର ଦାସ ପ୍ରମୁଖ ପରିଚାଳନା କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା