ଯେଉଁ ଘରେ ତୁଳସୀ ପୂଜିତ ସେଠାରେ ତୁଚ୍ଛ ସ୍ପନ୍ଦନ, ନକରାତ୍ମକ ଶକ୍ତି ଓ ଦୁଷ୍ଟ ବିଚାରମାନଙ୍କରୁ ରକ୍ଷା ମିଳେ…

ବ୍ରହ୍ମପୁର – ଶାରଦୀୟ ଦୂର୍ଗାପୂଜା ଅନେକ ପର୍ବ ପର୍ବାଣୀର ସମ୍ଭାର ନେଇ ଧରଣୀରାଣୀ ବକ୍ଷକୁ ଓହ୍ଲାଇ ଆସିବା ପରେ ଶାଶ୍ୱତ ଚିନ୍ତାଧାରା,ଶାତ୍ୱିକ ମାନସିକତା,ଓ ଧାର୍ମିକ ପରିବେଶ ଆର୍ଯ୍ଯଭୂଖଣ୍ଡରେ ପରିଲକ୍ଷିତ ହୁଏ।ବିଶେଷ କରି ଓଡିଶାର ପୁର ପଲ୍ଲୀ,ସହର ବଜାରରେ ଆନନ୍ଦର କୋଳାହଳ ଦେଖାଯାଏ।ଏହା ପରେ କାର୍ତ୍ତିକ ଧର୍ମମାସ ଭୂପୃଷ୍ଠରେ ଏକ ନିଆରା ପରିବେଶ ସୃଷ୍ଟି କରିଥାଏ । ଓଡିଆଙ୍କ ଘର ଅଗଣାରେ ,ବାରଣ୍ଡା, ମଣ୍ଡପରେ ତୁଳସୀ ଚଉଁରା ସୁମଣ୍ଡିତ ସୁଶୋଭିତ ହୋଇଥାଏ । ପୂର୍ବଜମାନଙ୍କୁ ସଶ୍ରଦ୍ଧାରେ ଦେବା ଦେବୀଙ୍କ ଆବାହନରେ ଆକାଶଦୀପ ସଞ୍ଜହେଉହେଉ  ଜଳି ଉଠେ ।ସତରେ ଏପରି ଆମର ସାମାଜିକ,ପାରିବାରିକ ଜୀବନ କେତେ ପୂତ ପବିତ୍ର ଆହ୍ଲାଦମୟ ଏବର ଯୁବ ପିଢୀ ଥରେ ଅନୁଭବ କରି ଭାବିବା ଉଚିତ । ତୁଳସୀ ଚଉଁରା କେତେ ପଵିତ୍ର ପରିବେଶ ଘର ମଧ୍ୟରେ ସୃଷ୍ଟି କରିଥାଏ ଅନୁଭଵୀ ହିଁ ଅନୁଭବ କରିପାରିବ । ଏହାର ପୂଜନରେ ଶାନ୍ତି, ସୌହାର୍ଧ୍ୟ, ଆଲୋକିତ ମନ ର ପରିଭାଷା ଶୁଣାଯାଏ । ସ୍କନ୍ଦ ପୁରାଣାନୁଯାୟୀ, “ଯେଉଁ ଘରେ ତୁଳସୀ ପୂଜିତ ସେଠାରେ ତୁଚ୍ଛ ସ୍ପନ୍ଦନ, ନକରାତ୍ମକ ଶକ୍ତି ଓ ଦୁଷ୍ଟ ବିଚାରମାନଙ୍କରୁ ରକ୍ଷା ମିଳେ” । ଗରୁଡ ପୁରାଣାନୁଯାୟୀ, “ତୁଳସୀ ବୃକ୍ଷର ରୋପଣ, ଯତ୍ନ, ସିଞ୍ଚନ ତଥା ଧ୍ୱନି, ସ୍ପର୍ଶ ଓ ଗୁଣଗାନ କଲେ ମନୁଷ୍ୟର ପୂର୍ବାର୍ଜିତ ପାପ ଜଳି ନଷ୍ଟ ହୋଇଯାଏ”। ଯଥାର୍ଥରେ ଏହି ଚଉରା ମୂଳେ ଆର୍ଘ୍ୟ ପ୍ରଦାନ ସମୟରେ ଏହି ମନ୍ତ୍ର ଉଚ୍ଚାରଣ କରିବା ଉଚିତ।”ମହାପ୍ରସାଦଜନନୀ ସର୍ବସୌଭାଗ୍ଯବର୍ଦ୍ଧନୀ।ଆଧିବ୍ଯାଧିହରା ନିତ୍ଯଂ ତୁଳସୀ ତ୍ୱଂ ନମୋଽସ୍ତୁତେ।।” ତୁଳସୀ ନାମାଷ୍ଟକର ଗାନ ,ପଠନ ପୁଣ୍ଯକାରକ।”ବୃନ୍ଦା ବୃନ୍ଦାବନୀଂ ବିଶ୍ୱପାବନୀଂ ବିଶ୍ୱପୂଜିତାମ଼।ପୁଷ୍ପସାରାଂ ନନ୍ଦିନୀଂ ଚ ତୁଳସୀ କୃଷ୍ଣଜୀବନୀମ଼।।” ଏହା ବ୍ରହ୍ମବୈବର୍ତ୍ତ ପୁରାଣରେ ଉଲ୍ଲେଖ ଅଛି। କେରଳର ତିରୁଭେଲୋର ଜିଲ୍ଲାରେ ସମସ୍ତ ଚାଷୀ କେଉଁ ଆବହମ କାଳରୁ କେବଳ ତୁଳସୀ ଚାଷ କରିଆସୁଛନ୍ତି । ପ୍ରତିଦିନ ସକାଳୁ ତୁଳସୀ ପତ୍ର ସଂଗ୍ରହକରି ତିରୁମାଲା ଠାକୁରଙ୍କ ପାଖକୁ ପଠାନ୍ତି । ଆଶ୍ଚର୍ଯ୍ୟ ବିଷୟ ଏହିଯେ ତୁଳସୀ ପତ୍ର ତୋଳିବାବେଳେ ବିଷ୍ଣୁ ସହଶ୍ରନାମ ଗାନକରି ତୋଳନ୍ତି ।  ଏହା ହଉଛି ସେହି ଜିଲ୍ଲାର ଲୋକମାନଙ୍କର ପରମ୍ପରା ।