ଛତ୍ରପୁର (ନିମାଇଁ ଚରଣ ପଣ୍ଡା) ଛତ୍ରପୁର ଜିଲ୍ଲା ଗ୍ରାମୀୟା ଉନ୍ନୟନ ସଂସ୍ଥାର ସମିଳନୀ କକ୍ଷରେ ରାଜ୍ୟ ଖାଉଟି କଲ୍ୟାଣ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଗଂଜାମ ଜିଲ୍ଲାରେ ଘଟିଥିବା ତିତିଲି ବାତ୍ୟା ଓ ବନ୍ୟାର କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ସୁଷମ ରିଲିଫ ବଣ୍ଟନରେ ମଧ୍ୟ ଜିଲ୍ଲାସ୍ତରୀୟ ଅଫିସରମାନଙ୍କ ସହ ଆଲୋଚନା କରିଛନ୍ତି । ରିଲିଫ କିପରି ଠିକ ଭାବେ ବଣ୍ଟନ ହେଉଛି ସେସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ବିପନ୍ନ ଅଞ୍ଚଳରେ ପ୍ରତ୍ୟେକ ବିପନ୍ନଙ୍କୁ ଦୈନିକ ଷାଠିଏଟଙ୍କା ଓ ବାରବର୍ଷରୁ କାମ ଥିବା ପିଲାଙ୍କୁ ଦୈନିକ ପଞ୍ଚଚାଳିଶି ଟଙ୍କା ଲେଖାଏଁ କ୍ୟାସ ଆକାରରେ ପ୍ରଦାନ କରିବାକୁ କୁହାଯାଇଛି । ଏହା ଆଗାମୀ ପନ୍ଦରଦିନ ପର୍ଯ୍ୟନ୍ତ ଦିଆଯିବ ବୋଲି ଉପସ୍ଥିତ ଜିଲ୍ଲାସ୍ତରୀୟ ମାନଙ୍କୁ ନିର୍ଦେଶ ଦେଇଥିଲେ । କ୍ଷତି ହୋଇଥିବା ଚାଷୀ ମାନଙ୍କର ଫସଲ ଉପରେ ତୁରନ୍ତ ଆକଳନ କରିବାକୁ କହିଥିଲେ ।ନଷ୍ଟ ହୋଇଥିବା ଫସଲ ଉପରେ ଚାଷୀମାନଙ୍କୁ ଫସଲ ବୀମା ବାବଦରେ କ୍ଷତି ପୁରାଣ ଯୋଗାଇଦିଆଯିବ । ବାତ୍ୟାରେ କ୍ଷତି ହୋଇଥିବା ସମସ୍ତ କ୍ଷୟକ୍ଷତିର ଆକଳନ ତୁରନ୍ତ କରିବାକୁ ଜିଲ୍ଲାପାଳ ସମେତ ଅନ୍ୟାନ୍ୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ରିଲିଫ ବଣ୍ଟନ କିପରିଚାଲିଛି ମନ୍ତ୍ରୀଙ୍କ ଗୋଚରାର୍ଥେ ବିବରଣୀ ଦେଇଥିଲେ । ଏଥିରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲାର ସମସ୍ତ ଉଚ୍ଚସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ ।