
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ଵର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବସ୍ତା ବ୍ଳକର କୁଳିଦା ଜନସେଵା କେନ୍ଦ୍ର, ଗୁଡିଖାଳ ଠାରେ ଆସନ୍ତା ଜୁଲାଇ ୧୬ ତାରିଖ ଶୁକ୍ରଵାର, ସକାଳା ୯ ଘଟିକା ସମୟରେ ଏକ ବିଶାଳ ରକ୍ତ ଦାନ ଅନୁଷ୍ଠିତ ହେବାକୁ ଯାଉଛି, ସେଥିପାଇଁ ଜନସେବା କେନ୍ଦ୍ରର ଉଦ୍ୟୋକ୍ତା ଜନ୍ମେଜୟ ପରିଡାଙ୍କ ଆହ୍ୱାନ କ୍ରମେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ରକ୍ତ ଦାତା ସଂଘର ସଭାପତି କମଳ ଚକ୍ରଵର୍ତ୍ତୀ, ସମାଜସେଵୀ ମନୋରଞ୍ଜନ ଦାସ, ଅଵସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରଵିନ୍ଦ୍ର ମହାନ୍ତି, କୃଷକ ନେତା ସୁଦାମ ଚରଣ ପାତ୍ର, ଶିକ୍ଷକ ପିତାମ୍ବର ନାୟକ, ଗଣେଷ ଚନ୍ଦ୍ର ନାୟକ, କାର୍ତ୍ତିକ ନାୟକ, ଉମାକାନ୍ତ ନାୟକ, ଅଞ୍ଜନ ଦତ୍ତ, ଅରଵିନ୍ଦ ପ୍ରଧାନ, ଅଶ୍ଵିନୀ କୁମାର ଦାସ, କାହ୍ନୁ ଚରଣ ଚୌଧୁରୀ, ସପନ ଵେହେରା ସମେତ ଅଞ୍ଚଳର ସ୍ଵେଚ୍ଛାସେବୀ ଯୁବ ବନ୍ଧୁ ଏଵଂ ଶୁଭେଛୁ ମାନେ ଯୋଗଦାନ କରିଥିଲେ।ବୈଠକରେ କରୋନା ମହାମାରୀ ସମୟରେ ରକ୍ତର ଘୋର ଅଭାଵ, ରକ୍ତ ଦାନର ଉପକାରିତା ଓ ମହାନତା ଵିଷୟରେ ସଭାପତି ଜଣାଇଥିଲେ ଓ ଜନସେଵା କେନ୍ଦ୍ର ତରଫରୁ ଧନ୍ୟଵାଦ ପ୍ରଦାନ କରିଵା ସହ ସମସ୍ତ ଅଞ୍ଚଳବାସୀଙ୍କୁ ଶିବିରରେ ସହଯୋଗ ପାଇଁ ଅନୁରୋଧ କରାଯାଇଛି । ଅଧିକରୁ ଅଧିକ ରକ୍ତ ଯେପରି ସଂଗ୍ରହ କରାଯାଇ ପାରିବ, ସେ ବାବଦରେ ବୈଠକରେ ଉପସ୍ଥିତ ସମସ୍ତ ବ୍ୟକ୍ତିଙ୍କୁ ଅନୁରୋଧ କରାଯାଇଥିଲା ।