

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ନିକଟସ୍ଥ ନରେନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥ ପୁର ଗ୍ରାମରେ ଛତ୍ରପୁର ବିଧାୟକଙ୍କ ଦ୍ୱାରା କଲ୍ୟାଣ ମଣ୍ଡପର ଭୁମି ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗାଁ କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଧାୟକ ସୁବାଷ ଚନ୍ଦ୍ର ବେହେରା ଜଣାଇଥିଲେ । ଏହି ଉତ୍ସବରେ ଗାଁ କମିଟି ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମିଳିତ ସହଯୋଗରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗଦେଇ କଲ୍ୟାଣ ମଣ୍ଡପର ଭୁମି ପୂଜା କରିଥିଲେ । କର୍ତ୍ତା ଭାବେ ପୂର୍ବତନ ସରପଞ୍ଚ ଆର୍ ନରହରି ରେଡି ଓ ଧର୍ମ ପତ୍ନୀ ଆର ନମିତା ରେଡି କାର୍ଯ୍ୟ ତୁଲାଇଥିଲେ । ବିଧାୟକଙ୍କ ପାଣ୍ଠିରୁ ୫ ଲକ୍ଷ୍ୟ ଦିଆଯାଇଛି ବୋଲି ସୁଚନା ମିଳିଛି । ଗାଁରେ ପ୍ରଥମେ ବିଧାୟକଙ୍କୁ ପାଛୁଟି ନେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ ।


