ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ରଣ୍ଢ। ପଞ୍ଚାୟତ ସ୍ଥିତ ଶିବ ମନ୍ଦିର ପରିସର ମଧ୍ୟରେ ୫୩ ତମ ଜୋନର କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରରେ ଜିଲ୍ଲା ସଭାପତି ଡା. ତ୍ରିନାଥ ବେହେରା ସଭାପତିତ୍ୱ କରିଥିଲେ । ସଭାରେ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଆସନ୍ତା ନିର୍ବାଚନରେ କଂଗ୍ରେସକୁ ବିଜୟୀ କରାଇବା ସହ ନିର୍ବାଚନ ମଣ୍ତଳୀରେ ଚାଲିଥିବା ଦୁର୍ନୀତି, ଅରାଜକତା ଓ ସାଶକ ଦଳର ଗୁଣ୍ଡାଗିଦ ବିରୁଦ୍ଧରେ ଜଣ ସଚେତନା ସୃଷ୍ଟି କରିବାକୁ କୁହାଯାଇଥିଲା । ଗୋପାଳପୁର ବନ୍ଦରକୁ ସବୁ ଦିନିଆ ବନ୍ଦର କରିବା ଓ ମତ୍ସଜୀବୀ ଲୋକଙ୍କୁ ସହାୟତା କରିବାରେ ବିଜେଡି ବିଫଳ ହୋଇଛି । ଏଣୁ ଭ୍ରଷ୍ଟାଚାରଵାଦୀ ବିଜେଡି, ସଂପ୍ରଦାରୀକଵା ବାଦୀ ବିଜେପି ବିରୁଦ୍ଧରେ ଆନ୍ଦୋଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଗରିବ ଚାଷୀଙ୍କ କୃଷି ଋଣ ଦୃଢ କରିବା ପାଇଁ ଦାବି କରାଯାଇଥିଲା । କିଆଫୁଲର ଉଚିତ ଦାମ ପ୍ରଦାନ କରାଯାଇ କିଆଁପୁଲ ଚାଷୀଙ୍କ ଦୁଃଖ ଶୁଣିବାରେ ରାଜ୍ୟ ନବୀନ ସରକାରଙ୍କ ବିଫଳତାକୁ ନିନ୍ଦା କରାଯାଇ, ପ୍ରତି ଗାଁ ରେ କଂଗ୍ରେସ ସଂଗଠନକୁ ମଜବୁଦ କରିବାକୁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକକୁ ଗୋପାଳପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ସଂଗଠକ ତଥା ଜିଲ୍ଲା ସାଧାରଣ ସଂପାଦକ ଧର୍ମା ରାଜୁ ରେଡ୍ଡୀଙ୍କ ପ୍ରତ୍ୟେକ୍ଷ ତତଅବଧାନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ସଭାପତି ତ୍ରିନାଥ ବେହେରା, କାର୍ଯକାରୀ ସଭାପତି ପୀତବାସ ପଣ୍ଡା, ଆର. ରାଜେନ୍ଦ୍ର, ଗୋକୁଳ କର, ମୋହନ ରେଡ୍ଡୀ, ଉମାକାନ୍ତ ସାସମଲ, ଧୀରେନ୍ଦ୍ର ପାତ୍ର, ପି. ରାମା ରାଓ, ଏମ. ମଧୁ, ଏମ. ଚନ୍ଦ୍ରଶେଖର, ଆର. କଷି, ବସନ୍ତ କୁମାର ପଟ୍ଟନାୟକ, ସୁନୀଲ ସାହୁ, ଡାମ୍ବୁରୁ ରଣା, ଅଭିମନ୍ୟ ସାହୁ, ସୁଦର୍ଶନ ମଲାଣ, ନିର ନାୟକ, ହରିବାବୁ, ଉମା ଶଙ୍କର ପରିଡା ସମେତ ବହୁ କଂଗ୍ରେସ କର୍ମୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା