

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟସ୍ଥ ପଦ୍ମନାଭପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପୁରାତନ ଛାତ୍ରମାନଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ରତ୍ନନେଶ୍ଵରୀ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୦୦୯ ମାଟ୍ରିକ ବ୍ୟାଚ୍ ର ୧୩ ଜଣ ବିଦ୍ୟାର୍ଥୀମାନେ ନିଜର ଅତୀତର ସ୍ମୃତିକୁ ସାଉଁଟି ଥିଲେ । ଦୀର୍ଘ ୧୨ ବର୍ଷ ପରେ ଏହି ବନ୍ଧୁମିଳନ ହୋଇଥିବା ବେଳେ ଏହାକୁ ବଜାୟ ରଖିବାକୁ ସମସ୍ତେ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଏସ୍. ରବି କୁମାର ଶର୍ମା, ଟି. ଶିବଶଙ୍କର ରାଓ, ଦେବାଶିଷ ପାତ୍ର, କିଶୋର କୁମାର, ନାଗେଶ୍ବର ରାଓ, ମିଥୁନ ବେହେରା, ଅଭିଳାଷ ରଥ, ଲିଙ୍ଗରାଜ ପାତ୍ର, ସୁରେଶ ସେଠୀ, ବଳିଆ ବେହେରା, ଭିକୁରାମା, ବଣ୍ଟି, ଜଗନ୍ନାଥ ସାହୁଙ୍କ ସହ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ଆନନ୍ଦର ସହିତ ଭୋଜି ଭାତ କରି ଖାଇବା ସହ ସଙ୍ଗୀତ ପରିବେଷଣ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା ଓ ଦିଗପହଣ୍ଡିରୁ ରବି କୁମାର ଶର୍ମା

