

ଛତ୍ରପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ତହସିଲଦାରଙ୍କ ପ୍ରକୋଷ୍ଠରେ ରଥଯାତ୍ରା ପ୍ରସଙ୍ଗରେ ଏକ ପ୍ରସ୍ତୁତି ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କୋଭିଡ୍-୧୯ ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କଟକଣା ନେଇ ରଥଯାତ୍ରା ଦିନ କେବଳ ମନ୍ଦିର ପରିସରରେ ଜଗନ୍ନାଥ ମହାପ୍ରଭୁଙ୍କ ରୀତିନୀତି ପାଳନ କରାଯିବ । ସହରରେ ରଥଟଣା କାର୍ଯ୍ୟ ବନ୍ଦ ରହିବ । ଏହାକୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ କଡାକଡି ଭାବେ ପାଳନ କରିବା ପାଇଁ ତହସିଲଦାର ନୀଳମାଧବ ଭୋଇ ପରାମର୍ଶ ଦେଇଥିଲେ । ଜଗନ୍ନାଥ ମହାପ୍ରଭୁଙ୍କ ରୀତିନୀତି ପାଳନ ବେଳେ ମାସ୍କ, ସାମାଜିକ ଦୂରତା, ସାନିଟାଇଜର ଆଦି ବ୍ୟବହାର କରାଯିବ ଏବଂ କୌଣସି ଭକ୍ତ କିମ୍ବା ଲୋକଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରାଯିବାକୁ ବାରଣ କରାଯାଇଛି । ଏହାକୁ କେଉଁ ମନ୍ଦିର ପରିଚାଳନା କମିଟି କିପରି ବ୍ୟତିକ୍ରମ ନ କରିବେ ସେଥିପ୍ରତି ତହସିଲଦାର ସତର୍କତା କରାଇଥିଲେ । ଗୁରୁବାର ଛତ୍ରପୁର ବ୍ଲକର ସମସ୍ତ ସରପଞ୍ଚ ଓ ଜଗନ୍ନାଥ ମନ୍ଦିର ଗୁଡିକର ପରିଚାଳନା କମିଟିକୁ ଡାକି ଏହି ସଂକ୍ରାନ୍ତରେ ସୂଚନା ଦିଆଯିବ ବୋଲି ତହସିଲଦାର କହିଛନ୍ତି । ଏହି ବୈଠକରେ ଛତ୍ରପୁର ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍.ଗଣେଶ ବାବୁ, ତାଡେପଲ୍ଲୀ ରଜାଘର ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଆଦିକନ୍ଦ ପାଣିଗ୍ରାହୀ, ଦାଶରଥୀ ନେପାକ, ରାମକୃଷ୍ଣ ପାଣିଗ୍ରାହୀ, ଅସିଦ୍ ପଟ୍ଟନାୟକ, ସୁଧୀର କୁମାର ରଥ, ଦାସରି ଜଗନ୍ନଥା ମନ୍ଦିର ପରିଚାଳନା କମିଟିର ଟି.ହରିନାଥ, କିଶୋର ଚନ୍ଦ୍ର ସେନାପତି, ବିପିଳିଙ୍ଗୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ପ୍ରଫୁଲ କୁମାର ମହାରଣା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା