

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦେଶରେ ରନ୍ଧନ ଗ୍ୟାସ୍, ପେଟ୍ରୋଲ ଓ ଡିଜେଲର ମୂଲ୍ୟବୃଦ୍ଧି କ୍ରମଗତ ଭାବେ ବୃଦ୍ଧି ପାଉଥିବାରୁ ସାମଗ୍ରୀକ ଭାବେ ଅସନ୍ତୋଷ ବୃଦ୍ଧି ପାଉଛି । ଏହାକୁ ଆଧାର କରି ବିଜୁ ମହିଳା, ବିଜୁ ଛାତ୍ର ଓ ଯୁବ ବିଜୁ ଜନତା ପକ୍ଷରୁ ପୂର୍ବ ସୂଚନା ଅନୁଯାୟୀ ଆଜି ଜଳେଶ୍ୱର ବ୍ଲକ ଓ ପୌର ପାଳିକା ସମ୍ମୁଖରେ ବିକ୍ଷୋଭ ଓ ଗଣ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲକ୍ଡାଉନ୍ ସମୟରୁ କ୍ରମାଗତ ଉପରୋକ୍ତ ନିତ୍ୟବ୍ୟବହାର୍ଯ୍ୟ ପେଟ୍ରୋଲିୟମ ଜିନିଷର ମୁଲ୍ୟବୃଦ୍ଧି ଯୋଗୁଁ ଜଳେଶ୍ୱର ବ୍ଲକ ସମ୍ମୁଖରେ ବିଜେଡିର ସ୍ଥାନୀୟ ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ନେତୃତ୍ୱରେ ଏପରି ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ଭୂପତିଚରଣ ମିର୍ଦ୍ଧାଙ୍କ ପୌରହିତ୍ୱରେ ବିଧାୟକ ଶ୍ରୀ ପାତ୍ର କେନ୍ଦ୍ର ସରକାରଙ୍କ ଦରବୃଦ୍ଧି ଓ ଜନମାରଣ ନିତୀ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଭାରୀ ରଣଜିତ୍ ମହାପାତ୍ର, ବିଜେଡି ମହିଳା ଜିଲ୍ଲା ସଭାପତି ବିନ୍ଦୁବାଳା ନନ୍ଦି, ମାନସ ଜେନା, ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ଛାତ୍ର ସଭାପତି କାଳିଚରଣ ଦାସ, ଯୁବ ସଭାପତି ଚନ୍ଦନ କର, ମହିଳା ସଭାପତି ସଂଚିତା ସେନାପତି, ସମିତା ସଦସ୍ୟ ରାଜେନ୍ଦ୍ର ପାତ୍ର, ଝାଡେଶ୍ୱର ଦାସ, ରାସବିହାରୀ ରଣା, ମଧୁସୂଦନ ସେନାପତି, ତପନ ଦାସ, ଜଗନ୍ନାଥ ବେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଅନୁରୂପ ଭାବେ ଜଳେଶ୍ୱର ପୌରପାଳିକାରେ ମଧ୍ୟ ଏପରି ବିକ୍ଷୋଭ ଓ ଆନ୍ଦୋଳନ ବିଧାୟକ ଶ୍ରୀ ପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତୀପ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ପର୍ଯ୍ୟବେକ୍ଷକ ରଣଜିତ୍ ମହାପାତ୍ର, ଛାତ୍ର ସଭାପତି ସୁରଜ ଚୌରାସିଆ, ଟାଉନ୍ ମହିଳା ସଭାପତି ଗୀତାଞ୍ଜଳି ସାମନ୍ତ, ଟାଉନ୍ ସଭାପତି ସୁରଜିତ୍ ଘୋଷ, ବିଜୟ କାମିଳା, ଯୁବ ସଭାପତି ଆନନ୍ଦ କର, ସୁଶାନ୍ତ କୁମାର ସାହୁ, ଗୁରୁପ୍ରସାଦ ସାମନ୍ତ, ସଂଜିବ ପାଳ, ସେକ୍ଅବଦୁଲ ରହିମ୍, ଅମୂଲ୍ୟ ଦତ୍ତ, ହରିଶ ପ୍ରଧାନ, ହାସିରୁଦ୍ଦିନ ବକ୍ସ, ମୀର ଆବସର ଅଲ୍ଲି, ଚିତ୍ତରଂଜନ ମହାନ୍ତି, ଗୁନୁ ଦତ୍ତ ପ୍ରମୁଖ ନେତୃସ୍ଥାନୀୟ ବ୍ୟକ୍ତି ବିଜେଡି ସୁପ୍ରିମ ନବିନ ବାବୁ ଓଡିଶାର ସାଡେ ୪ କୋଟି ଲୋକଙ୍କ ଲାଗି ଯୋଜନାପରେ ଯୋଜନା କରି ଚାଲିଥିବା ବେଳେ କେନ୍ଦ୍ର ସରକାର ପେଟ୍ରୋଲିୟ ଜାତୀୟ ପଦାର୍ଥର ମୂଲ୍ୟବୃଦ୍ଧି କରି ଅସ୍ଥିରତା ସୃଷ୍ଟି କରିଥିବା କହିଥିଲେ ।
ରିପୋର୍ଟ : ଭୂପତି ପରିଡା
