
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିର କଂଗ୍ରେସ ବିଧାୟକ ରମେଶ ଜେନାଙ୍କୁ ମିଳିଛି ଆଉ ଏକ ଆଶ୍ୱସ୍ଥି । ଆଉ ଏକ ମାମଲାରେ ତାଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ଥ କରିଛି ବ୍ରହ୍ମପୁର ସ୍ଥିତ ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ । ବିଭିନ୍ନ ମାମଲାରେ ରାମେଶ ଜେନା ବ୍ରହ୍ମପୁର ଜେଲ ଭିତରେ ଥିବା ବେଳେ ଶାନ୍ତି ମିଶ୍ର ହତ୍ୟା ମାମଲାରେ ସାକ୍ଷୀକୁ ଧମକଚମକ ଦେଇଥିବା ନେଇ ରମେଶଙ୍କ ସମେତ ୫ଜଣଙ୍କ ନାମରେ ଜୁଲାଇ ୨୦୧୬ରେ ପୋଲିସ ମାମଲା ରୁଜୁ କରିଥିଲା । ଏନେଇ କୋର୍ଟରେ ଵିଚାରଣା ଚାଲିଥିବା ବେଳେ ଆଜିର ଶୁଣାଣି ବେଳେ ରମେଶ ଜେନାଙ୍କ ସମେତ ସମସ୍ତ ୫ଜଣଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛି । ରମେଶ ଜେନା ଆଜି କୋର୍ଟରେ ଶୁଣାଣି ବେଳେ ଉପସ୍ଥିତ ଥିବା ବେଳେ ତାଙ୍କ ଓକିଲ କିଶୋର ବିଷୋୟୀ ଓ ନିର୍ମଳ ଚନ୍ଦ୍ର ସାହୁ ଶୁଣାଣୀ କରିଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା