ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ ଗୋଟି ୱାର୍ଡର ଉର୍ନ୍ନତି କରଣ ନିମନ୍ତେ ଗ୍ରାମବାସୀଙ୍କ ଦାବୀ…

ଛତ୍ରପୁର (ସମୃଦ୍ଧ ଓଡିଶା) ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ ଗୋଟି ୱାର୍ଡର ଉର୍ନ୍ନତି କରଣ ନିମନ୍ତେ ପ୍ରଶାନ୍ତ କୁମାର କର ନେତୃତ୍ୱରେ ସୀମାଞ୍ଚଳ ବାଡ଼ତ୍ୟା ରମ୍ଭା ମଣ୍ଡଳ ସଭାପତି, ଚିନ୍ତାମଣି ବେହେରା, ଚିତ୍ରସେନ ବେହେରାଙ୍କ ସମେତ ରମ୍ଭା ସହରବାସୀମାନଙ୍କ ପକ୍ଷରୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ସେହି ଦାବୀ ପାତ୍ରରେ ଉଲ୍ଲେଖ ଅଛି ଯେ – (୧) ୧୩ ୱାର୍ଡରେ ଥିବା ୩ଟି ଶ୍ୱଶାନ ଘାଟକୁ ଯିବା ରାସ୍ତାର ଉନ୍ନତି କରଣ, ଡ୍ରେନ ନିର୍ମାଣ ଓ ଶ୍ୱଶାନ ଘାଟ ନିର୍ମାଣ କରାଯାଉ, (୨) ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରି ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ କରାଯାଉ, (୩) ପ୍ରକୃତ ହିତାଧିକାରୀମାନଙ୍କୁ ରେସନ କାର୍ଡ ବଣ୍ଟନ କରାଯାଉ, (୪) ପାନୀୟଜଳ ସମସ୍ୟାର ସମାଧାନ କରିବା ସଙ୍ଗେ ସଙ୍ଗେ କୂପ ଗୁଡିକର ପୁନଃଉଦ୍ଧାର କରିବା ଓ ନୂତନ ନଳକୂପ ସ୍ଥାପନ କରାଯାଉ, (୫) ସମସ୍ତ ୱାର୍ଡର ରାସ୍ତା ଗୁଡିକର ଉନ୍ନତି କରଣ କରିବା ସଙ୍ଗେ ସଙ୍ଗେ ପକ୍କା ନିର୍ମାଣ କରାଯାଉ, (୬) ସମସ୍ତ ୱାର୍ଡରେ ଥିବା ସ୍ଲାମ ବସ୍ତି ବାସିନ୍ଦାଙ୍କୁ ଘର ପଟ୍ଟା ପ୍ରଦାନ କରି ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପ୍ରଦାନ କରାଯାଉ ଏବଂ ଲକ୍ଷ୍ମୀପୁର ସେବାଶ୍ରମର ଉନ୍ନତି କରଣ କରାଯାଉ, (୭) ଲକ୍ଷ୍ମୀପୁର ସାହିରେ ୧୦୦ ବର୍ଷରୁ ଅଧିକ ସମୟ ଧରି ବସବାସ କରିଆସୁଥିବା ହରିଜନ ମତ୍ସ୍ୟଜୀବୀମାନଙ୍କୁ ଘର ପଟ୍ଟା ପ୍ରଦାନ କରାଯାଉ, (୮) ସମସ୍ତ ୱାର୍ଡରେ ତୁରନ୍ତ ଆଲୋକ ବ୍ୟବସ୍ଥା କରାଯାଉ, (୯) ଲକ୍ଷ୍ମୀପୁର ସାହିର ସେବାଶ୍ରମ ନିକଟରେ ଥିବା କୂପ ଓ ତାର ନାଳର ସଫା କରାଯାଉ, (୧୦) ସମସ୍ତ ୱାର୍ଡର ପ୍ରତ୍ୟେକ ଗୃହକୁ ଓଡିଶା ସହରାଞ୍ଚଳ ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ପାଇଖାନା ଗୃହ ନିର୍ମାଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଉ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

2 thoughts on “ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ ଗୋଟି ୱାର୍ଡର ଉର୍ନ୍ନତି କରଣ ନିମନ୍ତେ ଗ୍ରାମବାସୀଙ୍କ ଦାବୀ…

Comments are closed.