

ଛତ୍ରପୁର (ସମୃଦ୍ଧ ଓଡିଶା) ରମ୍ଭାରେ ଥିବା ବାସହୀନ ଓ ଭୂମିହୀନ ପରିବାରଙ୍କୁ ଥଇଥାନ କରିବା ପାଇଁ ଦାବୀ ହୋଇଛି । ଦୀର୍ଘ ଦିନ ହେଲା ସରକାରୀ ଜାଗାରେ ଏମାନେ ରହି ଆସୁଥିଲେ । ମାତ୍ର ଏମାନଙ୍କୁ ଏଠାରୁ ଉଚ୍ଛେଦ କରାଯାଇଛି । ଏଣୁ ଏମାନେ ଏଠିସେଠି ଭଡାରେ ରହିବାକୁ ବାଧ୍ୟ ହେଉଛନ୍ତି । ଏଠାରେ ୪୦ ପରିବାର ରହି ଆସୁଥିଲେ । ଏମାନେ ଥଇଥାନ ପାଇଁ ଅନୁରୋଧ କରିଛନ୍ତି । ଏହି ପରିବାରର ମୁଖିଆମାନେ ସାଧାରଣତଃ ଗରିବ ଓ ଶ୍ରମିକ ଶ୍ରେଣୀର । ଏମାନଙ୍କଠାରେ ଅର୍ଥାଭାବ ଯୋଗୁଁ ଜାଗା କିଣି ନିର୍ମାଣ କରିବା ସମ୍ଭବପର ନୁହେଁ । ବୁଧବାର ଦଳିତ ନେତା ଭୀମସେନ ବେହେରାଙ୍କ ନେତୃତ୍ୱରେ ଏହି ପରିବାରର ସଦସ୍ୟମାନେ ଛତ୍ରପୁର ଆସି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟରଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଭୂମିହୀନ ଓ ବାସହୀନ ପରିବାରଙ୍କୁ ସରକାରଙ୍କ ଯୋଜନା ଅନୁସାରେ ଭୂମି ସହ ବାସଗୃହ ନିର୍ମାଣ ପାଇଁ ଅନୁଦାନ ଦେଉଛନ୍ତି । ଏଣୁ ଏମାନଙ୍କୁ ଜାଗା ଦେଇ ଘର ନିର୍ମାଣ ପାଇଁ ଅନୁଦାନ ଦେବା ଲାଗି ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

